ଜେନେଲିଆଙ୍କ ସହ ନାଚିଲେ ଶକ୍ତି କପୁର

ମୁମ୍ବାଇ:  ଭେଟେରାନ ଅଭିନେତା ଶକ୍ତି କପୁର ତାଙ୍କ ଇନଷ୍ଟାଗ୍ରାମରେ ଆଜି ଏକ ଫଟୋ ସେୟାର କରିଛନ୍ତି। ଏଥିରେ ଶକ୍ତି ଅଭିନେତ୍ରୀ ଜେନେଲିଆ ଡି’ସୁଜା ଏବଂ ରିତେଶ ଦେଶମୁଖଙ୍କ ସହ ପୋଜ୍ ଦେଇଥିବା ନଜରକୁ ଆସିଛନ୍ତି। ଜେନେଲିଆ ସେୟାର କରିଥିବା  ଅନ୍ୟ ଏକ ଭିଡିଓରେ ସେମାନେ ‘ଦବଙ୍ଗ ୨’ର ଗୀତ ‘ଫେଭିକୋଲ୍ ସେ’ରେ ନାଚୁଥିବାର ଦେଖିବାକୁ ମିଳିଛି।

ଫଟୋ ସେୟାର କରି ଶକ୍ତି ଲେଖିଛନ୍ତି, ମୁଁ ଦେଶମୁଖ ଦମ୍ପତିଙ୍କୁ ବହୁତ ଭଲ ପାଏ। ଆପଣମାନେ ମଧ୍ୟ ଭଲ ପାଆନ୍ତୁ। ଫଟୋରେ ରିତେଶ ଶକ୍ତିଙ୍କୁ ଜୋରରେ ଜାବୁଡ଼ି ଧରିଥିବାର ଦେଖାଯାଉଛି ଏବଂ ରିତେଶଙ୍କ ହାତ ଧରି ଜେନେଲିଆ ହସୁଛନ୍ତି। ଜେନେଲିଆ ଏହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି, ଲଭ୍ ୟୁ ସାର୍। ଫେବ୍ରୁଆରିରେ ରିତେଶ ଏବଂ ଜେନେଲିଆ ଘୋଷଣା କରିଥିଲେ ଯେ ସେମାନେ ‘ମିଷ୍ଟର ମମି’ରେ ଏକାଠି ଅଭିନୟ କରିବେ। ଏହି କମେଡି-ଡ୍ରାମାର ନିର୍ଦ୍ଦେଶନା ଦେଇଛନ୍ତି ବଣ୍ଟି ଔର୍ ବାବଲି ନିର୍ଦ୍ଦେଶକ ଶାଦ ଅଲୀ। ଆଗାମୀ ମରାଠୀ ଚଳଚ୍ଚିତ୍ର ‘ବେଦ’ରେ ମଧ୍ୟ ରିତେଶ ଏବଂ ଜେନେଲିଆ ଅଭିନୟ କରିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର