ଶ୍ରଦ୍ଧା କପୁରଙ୍କୁ ନେଇ ବଡ଼ ରାଜ୍‌ର ଖୁଲାସା କଲେ ପିତା ଶକ୍ତି କୁପର, ଅଭିନେତ୍ରୀ ହିସାବରେ ନୁହେଁ ଏହି ପେଶାରେ ନିଜ ଭବିଷ୍ୟତ ଦେଖୁଥିଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜ ଫିଲ୍ମ ସ୍ତ୍ରୀର ସଫଳତା ପାଇଁ ଚର୍ଚ୍ଚାରେ ଥିବା ବେଳେ ତାଙ୍କ ବାପା ତଥା ଅଭିନେତା ଶକ୍ତି କପୁର ତାଙ୍କୁ ନେଇ କରିଥିବା ଏକ ଖୁଲାସା ପାଇଁ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଛୋଟ ବେଳୁ ଶ୍ରଦ୍ଧା ଶାନ୍ତ ସ୍ୱଭାବର ଏବଂ କୌଣସି ଡ଼ିମାଣ୍ଡ କରୁ ନଥିବା କହିଛନ୍ତି ଶକ୍ତି କପୁର । ଶ୍ରଦ୍ଧା ଏବଂ ସିଦ୍ଧାନ୍ତ ଦୁହେଁ ଏକ ସାଧାରଣ ମଣିଷ ଭଳି ବଞ୍ଚିବାକୁ ପସନ୍ଦ କରୁଥିବା ବେଳେ ସେମାନେ ଷ୍ଟାର କିଡ଼୍‍ ବୋଲି ମୁଁ କେବେ ସେମାନଙ୍କୁ ଅନୁଭବ କରାଇ ନାହିଁ ।

Verve Magazine

ଯେତେବେଳେ ଶ୍ରଦ୍ଧା ରାଗନ୍ତି ସେ କାହା ସହ କଥା ନ ହୋଇ ନିଜ ରୁମ୍‌ରେ କିଛି ସମୟ ଚୁପ୍‌ ହୋଇ ବସନ୍ତି । କିଛି ସମୟ ଯିବା ପରେ ସେ ଆପେ ଆପେ ଠିକ୍‌ ହୋଇ ଯାଆନ୍ତି । ସବୁଠାରୁ ବଡ଼ କଥା ହେଲା ସବୁ ଷ୍ଟାର୍‌ କିଡ଼୍‍ଙ୍କ ଭଳି ଶ୍ରଦ୍ଧା କେବେ ଜଣେ ଅଭିନେତ୍ରୀ ହେବାକୁ ଆଶା କରି ନଥିଲେ । ଭବିଷ୍ୟତରେ ସେ ଆଷ୍ଟ୍ରୋନଟ୍‌ ହେବେ ବୋଲି ସ୍ୱପ୍ନ ଦେଖୁଥିବା ବେଳେ ପଢ଼ିବା ପାଇଁ ବୋଷ୍ଟନ ମଧ୍ୟ ଚାଲି ଯାଇଥଲେ । କିନ୍ତୁ ଛୁଟିରେ ସେ ଘରକୁ ଆସିଥିବା ବେଳେ ତିନ୍‌ ପତ୍ତିର ନିର୍ମାତା ଅମ୍ବିକା ହିନ୍ଦୁଜାଙ୍କ ସହ ତାଙ୍କର ଦେଖା ହୋଇଥିଲା । ଯାହା ପରେ ସେ ଫିଲ୍ମ ଲାଇନ୍‌କୁ ଆସିବା କଥା ଭାବିଥିଲେ ବୋଲି ଶକ୍ତି କପୁର କହିଛନ୍ତି । ସୂଚନା ମୁତାବକ,ଫିଲ୍ମ ସ୍ତ୍ରୀ ପରେ ଏବେ ଶ୍ରଦ୍ଧାଙ୍କ ଫିଲ୍ମ ବତି ଗୁଲ୍‌ ମିଟର ଚାଲୁ ରିଲିଜ୍‌ ଅପେକ୍ଷାରେ ରହିଛି । ଏଥିରେ ସେ ଅଭିନେତା ଶାହିଦ୍‌ କପୁର ବିପକ୍ଷରେ ନଜର ଆସିଛନ୍ତି ।

ସମ୍ବନ୍ଧିତ ଖବର