ଏହି ଦୁଇଟି ଭୂମିକାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରି ଚର୍ଚ୍ଚିତ ହୋଇଥିଲେ ଶକ୍ତି କପୁର

ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ଅଭିନେତା ଶକ୍ତି କପୁରଙ୍କ ଜନ୍ମଦିନ। ସେ ପ୍ରାୟ ୭୦୦ ସିନେମାରେ ଅଭିନୟ କରିଛନ୍ତି। ଏଥିମଧ୍ୟରୁ କେତୋଟିରେ ସେ ହାସ୍ୟାଭିନୟ କରି ଚର୍ଚ୍ଚିତ ହୋଇଛନ୍ତି। ଆସନ୍ତୁ ନଜର ପକାଇବା ତାଙ୍କର ସବୁଠାରୁ ଦୁଇଟି ଚର୍ଚ୍ଚିତ ହାସ୍ୟ ଭୂମିକାରେ
ନନ୍ଦୁ (ରାଜାବାବୁ):- ଡେଭିଡ ଧଓ୍ଵନଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ଫିଲ୍ମ ‘ରାଜାବାବୁ’ରେ ନନ୍ଦୁ ଚରିତ୍ରରେ ନଜର ଆସିଥିଲେ ଶକ୍ତି କପୁର।ଏଥିରେ ତାଙ୍କ ଅଭିନୟ ଓ ଗେଟଅପ୍‌ ଦର୍ଶକଙ୍କୁ ହସର ଖୋରାକ ଯୋଗାଇଥିଲା। ‘ରାଜା ବାବୁ’ର ନନ୍ଦୁ ଚରତ୍ର ପାଇଁ ଶକ୍ତି କପୁର ଶ୍ରେଷ୍ଠ ହାସ୍ୟାଭିନେତା ଭାବେ ଫିଲ୍ମ ଫେଆର୍‌ ଆଓ୍ଵାର୍ଡ ଲାଭ କରିଥିଲେ।

photo-indiatv

କ୍ରାଇମ୍‌ ମାଷ୍ଟର ଗୋଗୋ(ଅନ୍ଦାଜ୍‌ ଅପ୍‌ନା ଅପ୍‌ନା):-୧୯୯୪ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ କମେଡି ଫିଲ୍ମ ‘ଅନ୍ଦାଜ୍‌ ଅପ୍‌ନା ଅପ୍‌ନା’ରେ ଅଭିନେତା ଶକ୍ତି କପୁର କ୍ରାଇମ୍‌ ମାଷ୍ଟର ଗୋଗୋ ଭୂମିକାଟି ଖୁବ୍‌ ମଜାଦାର। ଏଥିରେ ତାଙ୍କର ସଂଳାପ ଆଁଖେଁ ନିକାଲ୍‌କେ ଗୋଟିୟା ଖେଲୁଙ୍ଗା..ଖୁବ୍‌ ଲୋକପ୍ରିୟ ହୋଇଥିଲା। ରାଜ କୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମୀର ଖାନ୍‌,ସଲମାନ୍‌ ଖାନ୍‌,କରିସ୍ମା କପୁର ଓ ରବିନା ଟଣ୍ଡନ୍‌ ଲିଡ ରୋଲ୍‌ରେ ଥିଲେ।

ସମ୍ବନ୍ଧିତ ଖବର