ଶକ୍ତି ହରାଉଛନ୍ତି ଶକ୍ତି

ବୟସ ରାଜପଥରେ ମନ ହେଲେ ବାଟବଣା, ବାଟର ଦୋଷ ନା ପାଦର ଦୋଷ, ହାଏ ହାଏ ତୋ ମଲ୍ଲୀଫୁଲ ଗଜରା, ମୋର ଭୂଗୋଳରେ ଭଲ ହେଉଥିଲା, ତୋର ଲମ୍ବାବେଣୀ ତୋ ଚାହାଣି, ଆସିଥିଲା କାଲି ସେ ରାତିକ ପାଇଁ, ମେଘରେ ମେଘ, ଆଜି ତୋର ବାହାଘର ପ୍ରିୟା ତୋତେ ଅଭିନନ୍ଦନ, କାଞ୍ଚିରେ କାଞ୍ଚି ପରି ଶତାଧିକ ଲୋକପ୍ରିୟ ଗୀତର ଗାୟକ ଶକ୍ତି ମିଶ୍ର।

କେବଳ ଅଡିଓ, ଆଲବମ୍ କି ସିନେମା ସଙ୍ଗୀତ ନୁହେଁ, ବିଭିନ୍ନ ଉତ୍ସବ ମହୋତ୍ସବରେ ମଞ୍ଚ, ଆସରରେ ଶକ୍ତି ପହଞ୍ଚିଗଲେ ଦର୍ଶକଙ୍କ ମନରେ ଅପରା ଆନନ୍ଦ ଭରିଯାଏ। ସୁନ୍ଦର ସୁଠାମ ଚେହେରା, ମିଷ୍ଟଭାଷୀ ଓ ମେଳାପି। ଏତେ କମ୍ ବୟସରେ ସେ ଅସୁସ୍ଥ ‌ହୋଇପଡ଼ିବେ କେହି ବିଶ୍ବାସ କରିପାରୁନାହାନ୍ତି। ଦିନକୁ ଦିନ ଶକ୍ତି ହରାଇବସୁଛନ୍ତି ଶକ୍ତି।

ଶକ୍ତି ମିଶ୍ର, ଓଡ଼ିଆ ସଙ୍ଗୀତର ଲୋକପ୍ରିୟ କଣ୍ଠଶିଳ୍ପୀ। ଲିଭର୍ ସିରୋସିସ୍ ସହିତ ହାର୍ଟ ଓ କିଡ୍‌ନି ଜନିତ ସମସ୍ୟାରେ ପୀଡ଼ିତ ହୋଇ ସେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ନ ଆସିବାରୁ ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି। ଶକ୍ତି ମିଶ୍ରଙ୍କ ସହଧର୍ମିଣୀ ସୂଚନା ଦେଇଛନ୍ତି ଯେ ଏକ ଡାକ୍ତରୀ ଟିମ୍ ତାଙ୍କର ସ୍ବତନ୍ତ୍ର ଭାବେ ଚିକିତ୍ସା କରୁଛନ୍ତି। ଜଣେ ପ୍ରିୟ ପରିଚିତ କଳାକାର ଭାବେ ଶକ୍ତି ମିଶ୍ରଙ୍କ ପାଇଁ ସରକାର ସହାୟତାର ହାତ ବଢ଼ାଇବାକୁ କଳକାରମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର