ନୂଆଦିଲ୍ଲୀ: ଅଭିନେତା ମୁକେଶ ଖନ୍ନା ତାଙ୍କ ରୋକଠୋକ ବୟାନ ପାଇଁ ଚର୍ଚ୍ଚାର ପରିସରରେ ରହିଛନ୍ତି। ନିକଟରେ ମୁକେଶ ଖନ୍ନାଙ୍କୁ ନେଇ ଅଭିନେତ୍ରୀ ବୈଷ୍ଣବୀ କହିଛନ୍ତି, ‘ସୁଟିଂ ସମୟରେ ମୁକେଶ ଖନ୍ନାଙ୍କ ସ୍ବଭାବ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୁକେଶ ସାରଙ୍କ ସହିତ କାମ କରିବାର ଅନୁଭବ ସମ୍ପୂର୍ଣ୍ଣ ଭିନ୍ନ ରହିଛି।
ମୁଁ ସିନେମାରରେ କାମ କରିଥିଲି କିନ୍ତୁ ଟେଲି ପରଦାରେ କାମ କରିବାର ଅନୁଭବ ନୂଆ ଥିଲା। ମୁଁ ଅଭିନୟ ଦୁନିଆରେ ସେ ପରିସ୍ଥିତି ଦେଇ ଗତି କରିଛି। ଯେଉଁଠାରେ ମହିଳାଙ୍କ ଉପରେ ଚାପ ପକାଯାଇଥାଏ। ତାଙ୍କ ସହିତ ଖରାପ ବ୍ୟବହାର କରାଯାଇଥାଏ।
ମୁଁ ବି ଅଭିନୟ ଦୁନିଆରେ କାଷ୍ଟିଂ କାଉଚର ଶିକାର ହୋଇଛି। କିନ୍ତୁ ଯେତେବେଳେ ମୋତେ ‘ଶକ୍ତିମାନ’ ସୋ’ ପାଇଁ ଅଫର ମିଳିଥିଲା ମୁଁ ଖୁସି ହୋଇଯାଇଥିଲି। କିନ୍ତୁ ମୋ କୋ-ଷ୍ଟାର କିପରି ଥିବେ ଭାବି ମନରେ ଭୟ ରହିଥିଲା।
ସୁଟିଂ ପ୍ରଥମେ ଦିନରେ ମୁକେଶ ଖନ୍ନାଙ୍କ ସ୍ଭଭାବ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଦୁନିଆରେ ଏମିତି ବି ଲୋକ ଥାଇ ପାରନ୍ତି ବିଶ୍ବାସ ହୋଇ ନଥିଲା। ସେ ‘ଶକ୍ତିମାନ’ ଧାରାବାହିକରୁ ଆଲିଙ୍ଗନ ଓ ରୋମାଣ୍ଟିକ ସିନକୁ ସମ୍ପୂର୍ଣ୍ଣ ଭାବେ କାଟି ଦେଇଥିଲେ।
୨ବର୍ଷ କାମ କରିବା ପରେ ମୋତେ ସେ ଭଲଭାବେ ଜାଣିବା ପରେ ହିଁ ପ୍ରଥମଥର ହାତ ଧରିବାର ଏକ ଦୃଶ୍ୟର ସୁଟିଂ କରିଥିଲେ। ସେ ମହିଳାଙ୍କ ଠାରୁ ୧୦ପାଦ ଦୁରରେ ରହୁଥିଲେ।
ଏବେ ସେ ଦେଉଥିବା ମନ୍ତବ୍ୟକୁ ନେଇ ମୋର କୌଣସି ପ୍ରତିକ୍ରିୟା ନାହିଁ। କିନ୍ତୁ ଶକ୍ତିମାନ ସୁଟିଂ ସମୟରେ ମୁକେଶ ଖନ୍ନାଙ୍କ ଠାରୁ ଯେଉଁ ସମ୍ମାନ ପାଇଛି ତାହା ମୁଁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାକ୍ରମ ହେଉ ଅବା ସୋ’ କି ଧାରାବାହିକ କି ସିନେମାରେ ପାଇ ପାରି ନାହିଁ।’
ଅଧିକପଢ଼ନ୍ତୁ:ମୁଖ୍ୟମନ୍ତ୍ରୀ ବସ୍-ବାଇକ୍ ମୁହାଁମୁହଁ: ଜଣେ ମୃତ; ୨ ଆହତ, ୮ମାସର ଶିଶୁ ସୁରକ୍ଷିତ