ମୁମ୍ବାଇ: ଟେଲି ଅଭିନେତା ରାକେଶ ବାପଟଙ୍କ ସହ ସବୁ ସଂପର୍କ ଭାଙ୍ଗିଲେ ବଲିଉଡ ଅଭିନେତ୍ରୀ ଶମିତା ସେଟ୍ଟୀ। ଶମିତା ସେଟ୍ଟୀ ଏବଂ ରାକେଶ ବାପଟଙ୍କ ମଧ୍ୟରେ ବିଗ୍ ବସ୍ ଓଟିଟିରୁ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ପରସ୍ପରପ୍ରତି କିଭଳି ଭଲପାଇବା ଆରମ୍ଭ ହୋଇଥିଲା ତାହା ଦର୍ଶକ ଦେଖିଥିଲେ। ବିଗ୍ ବସ୍-୧୪ରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଥିବା ଭଲପାଇବାର ଝଲକ ଦେଖିବାକୁ ମିିଳିଥିଲା। ଏହି ରିୟାଲିିଟି ସୋ’ ପରେ ଦୁହିଁଙ୍କ ଯୋଡ଼ି ଲୋକପ୍ରିୟ ହୋଇଥିବା ବେଳେ ଏବେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିବା ଚର୍ଚ୍ଚା ହେଉଛି।
ସୂଚନାନୁସାରେ, ଦୁହେଁ ବର୍ତ୍ତମାନ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଦୁହେଁ ପରସ୍ପରକୁ ବହୁତ ସମ୍ମାନ କରନ୍ତି, ତେଣୁ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କ ରହିବ। କେବଳ ଏତିକି ନୁହେଁ ଦୁହେଁ ନିକଟରେ ଏକ ମ୍ୟୁଜିକ୍ ଭିଡିଓ ମଧ୍ୟ ସୁଟ୍ କରିଛନ୍ତି। ଏହି ମ୍ୟୁଜିକ୍ ଭିଡିଓ ଖୁବ୍ ଶୀଘ୍ର ରିଲିଜ କରାଯିବ। ତେବେ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ କୌଣସି ପ୍ରତିକ୍ରିିୟା ଆସିନାହିଁ।
ଏହାପୂର୍ବରୁ ମଧ୍ୟ ଉଭୟଙ୍କ ଅଲଗା ହେବାର ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଏକ ଇଭେଣ୍ଟରେ ଦୁହେଁ ସାଥୀରେ ନଜର ଆସିବା ପରେ ଏହି ଚର୍ଚ୍ଚା ବନ୍ଦ ହୋଇଥିଲା। ହେଲେ ଏବେ ପୁଣି ଥରେ ଦୁହିଁଙ୍କ ଅଲଗା ହେବା ଖବର ସାମ୍ନାକୁ ଆସିଛି।