ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇକୁ ଦେବା ଘଟଣା ମହାରାଷ୍ଟ୍ର ସରକାରଙ୍କ ବିଫଳତାକୁ ଦର୍ଶାଉଛି। ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ମେଣ୍ଟ ସରକାରର ଅନ୍ୟତମ ଅଂଶୀଦାର ତଥା ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟିର ପ୍ରତିଷ୍ଠାତା ଶରଦ ପାୱାର ଟ୍ବିଟ୍ କରି ମହାରାଷ୍ଟ୍ର ସରକାର ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ଶାନ୍ତ୍ବନା ଦେବା ସହ ପରୋକ୍ଷରେ ସିବିଆଇର ତଦନ୍ତ ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି। ସେ କହିଛନ୍ତି, ଆଶା କରାଯାଉଛି ତଦନ୍ତ ଅଧାରେ ନ ଅଟକିବା ସହ ନିର୍ଣ୍ଣାୟକ ମୋଡ଼ରେ ନିହାତି ପହଞ୍ଚିବ। ସେ ଏହି ଅବସରରେ ୨୦୧୩ ମସିହା ହେତୁବାଦୀ ନେତା ନରେନ୍ଦ୍ର ଡଭୋଲକର ହତ୍ୟା ଘଟଣାର ଉଦାହରଣ ଦେଇ କହିଥିଲେ, ୨୦୧୪ରେ ଏହି ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ବ ସିବିଆଇ ହାତକୁ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉକ୍ତ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ।
ସିବିଆଇର ତଦନ୍ତ ଉପରେ ପ୍ରଶ୍ନବାଚୀ ଲଗାଇଲେ ଶରଦ
/sambad/media/post_attachments/wp-content/uploads/2019/11/sarad-pawar-3af.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)