ପାଟନା: ଛଟ ପର୍ବ ଆରମ୍ଭ ହୋଇଯାଇଛି। ଏହି ଛଟ ପର୍ବରେ ଚାରିଆଡେ ଶାରଦା ସିହ୍ନାଙ୍କ ଗୀତ ଶୁଣିବାକୁ ମିଳୁଥିବା ବେଳେ ଗାୟିକା ସମସ୍ତଙ୍କୁ ପର କରି ଦୁନିଆକୁ ଅଲବିଦା କହି ଯାଇଛନ୍ତି।
ପ୍ରସିଦ୍ଧ ଲୋକ ଗାୟିକା ଶାରଦା ସିହ୍ନାଙ୍କ ନଭେମ୍ବର ୫ତାରିଖରେ ଦେହାନ୍ତ ହୋଇଥିବା ବେଳେ କିଛିମାସ ପୂର୍ବରୁ ଗାୟିକାଙ୍କ ସ୍ବାମୀଙ୍କ ବ୍ରେନ ହାମରେଜରେ ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ଶାରଦା ଏହି ଦୁଃଖରୁ ବାହାରି ପାରି ନଥିଲେ। ସ୍ବାମୀଙ୍କୁ ଝୁରିଝୁରି ଶାରଦାଙ୍କ ସ୍ବାସ୍ଥ୍ୟ ବି ଅସୁସ୍ଥ ହୋଇପଡ଼ିଥିଲା। ଏହି ସମୟରେ ଗାୟିକା ତାଙ୍କ ପୁଅକୁ ଶେଷଇଚ୍ଛା ଜଣାଇଥିଲେ।
ଶାରଦାଙ୍କ ୨ଜଣ ସନ୍ତାନ ଅଛନ୍ତି। ତାଙ୍କ ପୁଅଙ୍କ ନାମ ଅଂଶୁମାନ ସିହ୍ନା ଓ ଝିଅର ନାମ ବନ୍ଦନା ସିହ୍ନା । ପୁଅ ଅଂଶୁମାନ ମା’ ଶାରଦାଙ୍କ ଶେଷ ଇଚ୍ଛା ଜଣାଇ କହିଥିଲେ,‘ମା’ ସବୁବେଳେ ଚାହୁଁଥିଲେ ସେ ମଥାରେ ସିନ୍ଦୁର ନାଇ ବୋହୂ ଭଳି ବାପାଙ୍କ ହାତରେ ସଜାଇ ହୋଇ ଏ ଦୁନିଆରୁ ବିଦାୟ ନେବେ। କିନ୍ତୁ ଦୁଃଖର ବିଷୟ ତାଙ୍କର ଏହି ଇଚ୍ଛା ପୁରଣ ହୋଇପାରିଲା ନାହିଁ। ମା’ଙ୍କ ମୃତ୍ୟୁ ପୂର୍ବରୁ ବ୍ରେନ ହାମରେଜ ବାପାଙ୍କ ଦେହାନ୍ତ ହୋଇଯାଇଥିଲା।
ହସ୍ପିଟାଲ ବିଛଣାରେ ଜୀବନ ଓ ମରଣ ସହ ସଂଘର୍ଷ କରୁଥିବା ବେଳେ ମା’ କହିଥିଲେ ଏଦୁନିଆରୁ ସଧବା ବେଶରେ ଯିବାର ଭାଗ୍ୟ ମୋର ନାହିଁ। ତେଣୁ ମୋର ଗୋଟିଏ ଇଚ୍ଛା ମୋର ମୃତ୍ୟୁ ପରେ ବାପାଙ୍କ ଯେଉଁଠାରେ ଅନ୍ତିମ ସଂସ୍କାର କରାଯାଇଛି ମୋର ବି ସେଠାରେ ଅନ୍ତିମ ସଂସ୍କାର କରିବ।’
ଗତ ସୋମବାର ଶାରଦା ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଭେଣ୍ଟିଲେଟରରେ ରଖାଯାଇଥିଲା। ମଙ୍ଗବଳାର ସେ ହସ୍ପିଟାଲରେ ହିଁ ଶେଷନିଶ୍ବାସ ତ୍ୟାଗ କରିଥିଲେ। ଏହାପରେ ତାଙ୍କର ଗୁରୁବାର ପାଟନାର ଗୁଲାବି ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
ଅଧିକପଢ଼ନ୍ତୁ:ଶାହାରୁଖଙ୍କୁ ହତ୍ୟା ଧମକ: ହିନ୍ଦୁସ୍ତାନୀର ପରିଚୟ ଦେଇଥିଲା ଧମକଦାତା