ମୁମ୍ବାଇ: ଅନେକ ଗୁଡ଼ାଏ ତାମିଲ୍ ରୋମାଣ୍ଟିକ୍ ଚଳଚ୍ଚିତ୍ରରେ ଶ୍ରୀଦେବୀଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଥିବା କମଲ ହସନ୍ ୧୯୮୩ ମସିହାରେ ରେକର୍ଡ କରିଥିଲେ। ଶ୍ରୀଦେବୀ ଓ କମଲଙ୍କ ‘ସଦ୍ମା’ ଚଳଚ୍ଚିତ୍ର ସେ ଦୁହିଁଙ୍କୁ ସେହିବର୍ଷ ଏକ ସୁପର୍ହିଟ୍ ଯୋଡ଼ିର ନାମ ଦେଇଥିଲା।
ଗତ ସପ୍ତାହରେ ଦୁର୍ଘଟଣାବଶତଃ ବାତ୍ ଟବ୍ରେ ବୁଡ଼ି ପ୍ରାଣ ହରାଇଥିବା ଶ୍ରୀ ଦେବୀ ଅୟୁତ ଅୟୁତ ଲୋକଙ୍କ ମନ ଜିଣି ପାରିଛନ୍ତି। ସେ କେତେକ୍ ତେଲ୍ଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବି ତାମିଲ୍ ଚଳଚ୍ଚିତ୍ରରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ।
ପରବର୍ତ୍ତୀ ମୁହୁର୍ତ୍ତରେ ସେ ମୁମ୍ବାଇ ଯାଇ ଜଣେ ସଫଳ ଅଭିନେତ୍ରୀ ଭାବେ ନିଜକୁ ପ୍ରମାଣତ କରିବାରେ ସମର୍ଥ ହେଲେ। ଶ୍ରୀଦେବୀଙ୍କୁ ଯାତ୍ରା ସଂପର୍କରେ ଅଭିନେତା କମଲ୍ ଗୁଡ଼ାଏ କଥା କହିବା ପରେ ଶେଷରେ ସେ ଶ୍ରୀଦେବୀଙ୍କ ସହ ତାଙ୍କ ସଂପର୍କକୁ ଭାଇ-ଭଉଣୀର ସଂପର୍କ ସହ ତୁଳନା କରିଛନ୍ତି। ସେ ସମୟରେ ବିବାହରେ ବର-କନ୍ୟାଙ୍କୁ ଶ୍ରୀଦେବୀ ଓ କମଲ୍ଙ୍କ ଯୋଡ଼ି ସହ ତୁଳନା କରାଯାଉଥିଲା। ଆମେ ଦୁହେଁ ଭାଈ-ଭଉଣୀଙ୍କ ପରି ଦିଶୁ ବୋଲି ଲୋକେ କହୁଥିଲେ। ବାସ୍ତବରେ ବି ଆମ ସଂପର୍କ ଭାଇ-ଭଉଣୀଙ୍କ ପରି ଥିଲା ବୋଲି କମଲ କହିଛନ୍ତି।