ମୁମ୍ବାଇ: ଶାର୍କ ଟ୍ୟାଙ୍କ ଇଣ୍ଡିଆ-୨ ପ୍ରିମିୟର ହେବା ଦିନଠାରୁ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏହାର ପ୍ରଥମ ସିଜିନରେ ଭାରତ ପେ’ର ପୂର୍ବତନ ସହ-ପ୍ରତିଷ୍ଠାତା ଅଶନୀର ଗ୍ରୋଭର ଥିବା ବେଳେ ଦ୍ବିତୀୟ ସିଜିନରେ ତାଙ୍କୁ ହଟାଯାଇଛି। ପ୍ରଥମ ସିଜିନକୁ ଲୋକେ ପସନ୍ଦ କରିଥିବା ବେଳେ ଦ୍ବିତୀୟ ସିଜିନକୁ ଲୋକେ ସେତେଟା ପସନ୍ଦ କରୁନଥିବା ଦେଖାଯାଇଛି। କିିଛି ଲୋକ ଅଶନୀରଙ୍କ ବିନା ଶାର୍କ ଟ୍ୟାଙ୍କ ଦେଖିବାକୁ ଭଲ ଲାଗୁନି ବୋଲି କହିବା ଆରମ୍ଭ କରିଛନ୍ତି। ଏହାର ଜବାବରେ ଶାଦି ଡଟ୍ କମର ମାଲିକ ଅନୁପମ ମିତ୍ତଲ ବିଗ୍ ବସ୍ ଦେଖିବାକୁ ପରାମର୍ଶ ଦେଇଥିବା ଦେଖାଯାଇଛି।
View this post on Instagram
ନିକଟରେ ଅନୁପମ ମିତ୍ତଲ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୋ’ର ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ଜଣେ ଇନଷ୍ଟା ବ୍ୟବହାରକାରୀ କମେଣ୍ଟ କରି କହିଥିଲେ ଯେ ଅଶନୀର ଗ୍ରୋଭରଙ୍କ ଅନୁପସ୍ଥିତି ଯୋଗୁଁ ଏହି ସୋ’ ଦେଖିବାକୁ ମଜା ଲାଗୁନାହିଁ। ଏହାର ଜବାବରେ ଅନୁପମ ମିତ୍ତଲ ଲେଖିଥିଲେ, ଯଦି ଭଲ ଲାଗୁନି ତେବେ ବିଗ୍ ବସ୍ ଦେଖ।
ନିକଟରେ ଅଶନୀର କହିଥିଲେ ଯେ, ଶାର୍କ ଟ୍ୟାଙ୍କ ଇଣ୍ଡିଆର ସମସ୍ତ ବିଚାରପତିଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିଛି। ଯଦି ମୁଁ ସୋ’ର ଅଂଶ ନୁହେଁ, ତେବେ ସେମାନଙ୍କୁ ଫଲୋ କରି ଶାର୍କ ଟ୍ୟାଙ୍କ ଇଣ୍ଡିଆରେ କ୍ୟାମେରା ପଛରେ କ’ଣ ଘଟୁଛି କାହିଁକି ଦେଖିବି? ଏହି ସୋ’ ଏବେ ମୋ ଜୀବନରେ ନାହିଁ। ତେଣୁ ମୁଁ ଅତୀତରେ ବଞ୍ଚିବାକୁ ଚାହେଁ ନାହିଁ।