ପୁଣି ଆସିବାକୁ ଯାଉଛି ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନ-୩

ମୁମ୍ବାଇ: ଦୁଇଟି ସିଜିନର ସଫଳତା ପରେ, ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ ସିଜିନ-୩ ଆସିବାକୁ ଯାଉଛି | ଆଉ ସମଗ୍ର ଦେଶରେ ଯୁବ ଉଦ୍ୟୋଗୀମାନେ ବର୍ତ୍ତମାନ ଏହି ଟିଭି ସୋରେ ଅଂଶଗ୍ରହଣ କରି ସେମାନଙ୍କର କମ୍ପାନୀ ପାଇଁ ପୁଞ୍ଜି ଯୋଗାଡ କରିପାରିବେ | ବାସ୍ତବରେ ଶାର୍କ ଟ୍ୟାଙ୍କ ଇଣ୍ଡିଆ- ସିଜିନ୍ ୩ର ପ୍ରୋମୋ ରିଲିଜ୍ ହୋଇଛି | ଏହି ପ୍ରୋମୋରେ ଯଦି କେହି ନିଜ କମ୍ପାନୀକୁ ଆଗକୁ ବଢାଇବାକୁ ଚାଁହୁଛନ୍ତି ଓ ପାଣ୍ଠି ଆବଶ୍ୟକ କରୁଛନ୍ତି ସେମାନେ ଏହି ସୋରେ ଭାଗ ନେବାକୁ କୁହାଯାଇଛି | ଉଲ୍ଲେଖ ଥାଉ କି ଶାର୍କ ଟ୍ୟାଙ୍କ ଇଣ୍ଡିଆ- ସିଜିନ୍ ୩ ପାଇଁ ଏବେ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବାବେଳେ ସୋନି ଲିଭ ଆପରେ ହିଁ ରେଜିଷ୍ଟ୍ରେସନ କରିହେବ | ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନ ୨ ବାବଦରେ କହିବାକୁ ଗଲେ ଏହି ସିଜିନରେ ୧୦୩ଟି କମ୍ପାନୀରେ ୮୦ କୋଟି ଟଙ୍କା ନିବେଶ ହୋଇଥିଲା |

କିଭଳି ପଞ୍ଜିକରଣ କରିବେ?
ଶାର୍କ ଟ୍ୟାଙ୍କ ଇଣ୍ଡିଆ ୩ ର ପଞ୍ଜିକରଣ ପାଇଁ ସୋନି ଲିଭ୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ | ଏହା ପରେ କିଛି ସୂଚନା ଏକ ଫର୍ମରେ ପଚରାଯିବ ଯାହା ସଠିକ୍ ଭାବରେ ପୂରଣ କରିବେ | ଏହି ଶୋ’ରେ ଭାଗ ନେବାକୁ ଚାଁହୁଥିବା ବ୍ୟକ୍ତିଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବାବେଳେ ଭାରତୀୟ ନାଗରିକ ହୋଇଥିବେ | ଏହାପରେ ଆପଣଙ୍କୁ ତିନି ମିନିଟର ଭିଡିଓ ଅପଲୋଡ୍ କରିବାକୁ ପଡିବ ଏବଂ ଆପଣ ନିଜ ବ୍ୟବସାୟରେ କାହିଁକି ନିବେଶ ଚାହୁଁଛନ୍ତି ତାହା ବ୍ୟାଖ୍ୟା କରିବାକୁ ପଡିବ | ଏହା ପରେ, ଆପଣଙ୍କର ଅଡିସନ ନିଆଯିବ | ଶାର୍କ ଟ୍ୟାଙ୍କ ଇଣ୍ଡିଆର ଅଡିସନ ରାଉଣ୍ଡ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ କୋଲକାତାରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର