ନିର୍ବନ୍ଧ ଭାଙ୍ଗିବା ଖବରକୁ ନେଇ ଚର୍ଚ୍ଚା ହେବାରୁ ବିବାହ ତାରିଖ ଘୋଷଣା କରିଦେଲେ ତେଲୁଗୁ ଅଭିନେତା !

ହାଇଦ୍ରାବାଦ: ଚଳିତ ବର୍ଷ ଜାନୁଆରି ମାସରେ ସ‌ଫ୍ଟଓୟାର ଇଞ୍ଜିନିୟରଙ୍କ ସହ ନିର୍ବନ୍ଧ କରିଥିଲେ ଟଲିଉଡର ଲୋକପ୍ରିୟ ଅଭିନେତା ସର୍ବାନନ୍ଦ। ନିର୍ବନ୍ଧ ପରେ ଟଲିଉଡର ମୋଷ୍ଟ ଏଲିଜିବଲ ବ୍ୟାଚେଲର ସର୍ବାନନ୍ଦ ଚଳିତ ବର୍ଷ ଆମେରିକାର ସ‌ଫ୍ଟଓୟାର ଇଞ୍ଜିନିୟର ରକସିତା ରେଡ୍ଡୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କୁହାଯାଉଥିଲା। ହେଲେ କିଛି ଦିନ ତଳେ ଦୁହିଁଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦୁହେଁ ନିର୍ବନ୍ଧ ପରେ ବି ତୁରନ୍ତ ବିବାହ କରିନଥିବାରୁ ଏଭଳି ଚର୍ଚ୍ଚା ହେବା ଆରମ୍ଭ ହୋଇଥିଲା।

ନିର୍ବନ୍ଧ ଭାଙ୍ଗିବା ନେଇ ଚର୍ଚ୍ଚା ହେଉଥିବା ଦେଖି ଏବେ ଅଭିନେତା ବିବାହ ତାରିଖ ଘୋଷଣା କରିଥିବା କୁହାଯାଉଛି। ଖବର ଅନୁଯାୟୀ, ରକସିତାଙ୍କ ମେହେନ୍ଦୀ କାର୍ଯ୍ୟକ୍ରମ ଜୁନ୍ ୨ରେ ହେବା ସହ ଦୁହେଁ ଜୁନ୍ ୩ରେ ବିବାହ କରିବେ।

ଉଲ୍ଲେଖଯୋଗ୍ୟ, ଅଭିନେତାଙ୍କର ଜାନୁଆରିରେ ନିର୍ବନ୍ଧ ଶେଷ ହୋଇଥିଲା। ସେ ସ‌ଫ୍ଟଓୟାର ଇଞ୍ଜିନିୟର ରକସିତା ରେଡ୍ଡୀଙ୍କ ସହ ନିର୍ବନ୍ଧ କରିଥିଲେ। ରକସିତା ରେଡ୍ଡୀ ତେଲେଙ୍ଗାନା ହାଇକୋର୍ଟର ଓକିଲ ମଧୁସୂଦନ ରେଡ୍ଡୀଙ୍କ ଝିଅ ଏବଂ ପୂର୍ବତନ ଆନ୍ଧ୍ରପ୍ରଦେଶ ମନ୍ତ୍ରୀ ବୋଜ୍ଜାଲା ଗୋପାଳକୃଷ୍ଣ ରେଡ୍ଡୀଙ୍କ ନାତୁଣୀ। ଉଭୟଙ୍କ ପରିବାର ଏହି ସମ୍ପର୍କକୁ ଗ୍ରହଣ କରିବା ପରେ ଦୁହେଁ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ। ନିର୍ବନ୍ଧ ପରେ ଇନଷ୍ଟାରେ ସର୍ବାନନ୍ଦ ଫଟୋ ସେୟାର କରି ଏହି ଖବର ନିଜ ପ୍ରଶଂସକଙ୍କୁ ଜଣାଇଥିଲେ। ଅଭିନେତାଙ୍କ ନିର୍ବନ୍ଧରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ଯୋଗ ଦେଇଥିବା ଦେଖାଯାଇଥିଲା। ଅଭିନେତା ରାମଚରଣ ତାଙ୍କ ପତ୍ନୀ ଉପସନାଙ୍କ ସହ ସର୍ବାନନ୍ଦଙ୍କ ନିର୍ବନ୍ଧରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର