ରକସିତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ଟଲିଉଡର ଲୋକପ୍ରିୟ ଅଭିନେତା ସର୍ବାନନ୍ଦ

ଜୟପୁର: ଆମେରିକାର ସ‌ଫ୍ଟଓୟାର ଇଞ୍ଜିନିୟର ରକସିତା ରେଡ୍ଡୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ଟଲିଉଡର ଲୋକପ୍ରିୟ ଅଭିନେତା ସର୍ବାନନ୍ଦ। ଜୟପୁରର ଦି ଲୀଲା ପ୍ୟାଲେସରେ ସର୍ବାନନ୍ଦଙ୍କ ବିବାହ ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଜାନୁଆରି ମାସରେ ସ‌ଫ୍ଟଓୟାର ଇଞ୍ଜିନିୟରଙ୍କ ସହ ନିର୍ବନ୍ଧ କରିଥିଲେ ଟଲିଉଡର ଲୋକପ୍ରିୟ ଅଭିନେତା ସର୍ବାନନ୍ଦ। ନିର୍ବନ୍ଧ ପରେ ବିବାହ ନହେବାରୁ ଦୁହିଁଙ୍କ ନିର୍ବନ୍ଧ ଭାଙ୍ଗିଥିବା ନେଇ ଚର୍ଚ୍ଚା ହୋଇଥିଲା। ଏଭଳି ଚର୍ଚ୍ଚା ମଧ୍ୟରେ ସର୍ବାନନ୍ଦ ଜୁନ ୩ରେ ରକସିତାଙ୍କୁ ବିବାହ କରିବେ ବୋଲି କହିଥିଲେ।

Sharwanand and Rakshitha Reddy tie the knot; Ram Charan in attendance. See pics from wedding | Entertainment News,The Indian Express

ଏବେ ଦୁହିଁଙ୍କ ବିବାହ ଶେଷ ହୋଇଥିବା ବେଳେ ବିବାହର ଅନେକ ଫଟୋ ଏବେ ଭାଇରାଲ ହୋଇଛି। ସୁପରଷ୍ଟାର ରାମଚରଣ ଦୁହିଁଙ୍କ ବିବାହରେ ନଜର ଆସିଥିବା ବେଳେ ଅନେକ ବଡ଼ ବଡ଼ ସେଲିବ୍ରିଟି ବିବାହରେ ଯୋଗ ଦେଇଥିବା କୁହାଯାଉଛି।

Sharwanand Rakshitha Reddy Marriage : பிரம்மாண்டமாக நடந்து முடிந்த திருமணம்.. காதலியை கரம்பிடித்தார் நடிகர் சர்வானந்த் - வைரலாகும் வெட்டிங் கிளிக்ஸ்

ଉଲ୍ଲେଖଯୋଗ୍ୟ, ଅଭିନେତାଙ୍କର ଜାନୁଆରିରେ ନିର୍ବନ୍ଧ ଶେଷ ହୋଇଥିଲା। ରକସିତା ରେଡ୍ଡୀ ତେଲେଙ୍ଗାନା ହାଇକୋର୍ଟର ଓକିଲ ମଧୁସୂଦନ ରେଡ୍ଡୀଙ୍କ ଝିଅ ଏବଂ ପୂର୍ବତନ ଆନ୍ଧ୍ରପ୍ରଦେଶ ମନ୍ତ୍ରୀ ବୋଜ୍ଜାଲା ଗୋପାଳକୃଷ୍ଣ ରେଡ୍ଡୀଙ୍କ ନାତୁଣୀ। ଉଭୟଙ୍କ ପରିବାର ଏହି ସମ୍ପର୍କକୁ ଗ୍ରହଣ କରିବା ପରେ ଦୁହେଁ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ। ନିର୍ବନ୍ଧ ପରେ ଇନଷ୍ଟାରେ ସର୍ବାନନ୍ଦ ଫଟୋ ସେୟାର କରି ଏହି ଖବର ନିଜ ପ୍ରଶଂସକଙ୍କୁ ଜଣାଇଥିଲେ। ଅଭିନେତାଙ୍କ ନିର୍ବନ୍ଧରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ଯୋଗ ଦେଇଥିବା ଦେଖାଯାଇଥିଲା। ଅଭିନେତା ରାମଚରଣ ତାଙ୍କ ପତ୍ନୀ ଉପସନାଙ୍କ ସହ ସର୍ବାନନ୍ଦଙ୍କ ନିର୍ବନ୍ଧରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର