ଶଶି କପୁର ମୋତେ ବବୁଆ ଡ଼ାକୁଥିଲେ:ଅମିତାଭ

ମୁମ୍ବାଇ :ବଲିଉଡ଼୍‍ର ଖ୍ୟାତନାମା ନିର୍ମାତା-ନିର୍ଦ୍ଦେଶକ ଶଶି କପୁରଙ୍କ ବିୟୋଗରେ ଖୁବ୍‌ ଭାଙ୍ଗିପଡ଼ିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ।ଅମିତାଭ କେବଳ ଶଶି କପୁରଙ୍କ ସହ କଳାକାର ନଥିଲେ ବରଂ ପାରିବାରିକ ସଂପର୍କରେ ସମୁଦି ମଧ୍ୟ।
ଅମିତାଭ ବଚ୍ଚନ ଓ ଶଶି କପୁର ଏକାଠି ଦିଓ୍ଵାର୍‌,ସୁହାଗ୍‌,କଭି କଭି,ଶାନ୍‌ ,ତ୍ରିଶୂଲ୍‌ ,ସିଲ୍‌ସିଲା ଓ ନମକ ହଲାଲ୍‌ ଭଳି ସୁପର ହିଟ୍‌ ଫିଲ୍ମରେ ଅଭିନୟ କରିଥିଲେ।ବିଶେଷ କରି ୟଶ୍‌ ଚୋପ୍ରାଙ୍କ ଚର୍ଚ୍ଚିତ ଫିଲ୍ମ ’ଦିଓ୍ଵାର୍‌’ର ସେହି ଦୃଶ୍ୟ ଓ ସଂଳାପକୁ କେବେ ବି ସିନେପ୍ରେମୀ ଭୁଲିପାରିବେନି,ଯେଉଁ ଦୃଶ୍ୟରେ ଅମିତାଭ ଶଶିଙ୍କ ଉଦ୍ଦେଶ୍ୟରେ କହୁଛନ୍ତି-‘ମେରେ ପାସ୍‌ ଗାଡ଼ି ହେ ବଙ୍ଗଲା ହେ, ବ୍ୟାଙ୍କ ବାଲାନସ୍‌ ହେ , ତୁହ୍ମାରେ ପାସ୍‌ କ୍ୟା ହେ?,ଏହାର ଉତ୍ତରରେ ଶଶି କପୁର୍‌ କହୁଛନ୍ତି ,‘ମେରେ ପାସ୍‌ ମା’ ହେ’।
ଶଶି କପୁରଙ୍କ ଅବର୍ତ୍ତମାନରେ ଅମିତାଭ ବଚ୍ଚନ ତାଙ୍କୁ ମନେ ପକାଇ କହିଛନ୍ତି ଏହି ଲିଜେଣ୍ଡାରି ଆକ୍ଟର ତାଙ୍କୁ ଅଧିକାଂଶ ସମୟରେ ‘ବବୁଆ’ ବୋଲି ସମ୍ବୋଧନ କରୁଥିଲେ। ଶଶିଙ୍କୁ ନେଇ ତାଙ୍କ ଜୀବନରେ ଅନେକ ଅଧ୍ୟାୟ ରହିଛି। ଅମିତାଭ ବଚ୍ଚନ ନିଜର ବ୍ଲଗ୍‌ରେ ‘ଟୁ ଶଶିଜୀ ଫ୍ରମ୍‌ ୟୁଓର୍‌ ବବୁଆ’ଶୀର୍ଷକରେ ଏକ ଆଲେଖ୍ୟ ଉପସ୍ଥାପନ କରିଛନ୍ତି।

photo-youtube

ଅମିତାଭ ଲେଖିଛନ୍ତି,ଅନେକ ବର୍ଷ ତଳେଏକ ମାଗାଜିନ୍‌ରେ ଶଶି କପୁରଙ୍କ ଫଟୋ ସୁଟ୍‌ ଖୁବ୍‌ ଲୋକପ୍ରିୟ ହୋଇଥିଲା।ଶଶି କପୁର ଉକ୍ତ ଫଟୋରେ ଏକ ମର୍ସିଡ଼ିଜ୍‌ କାର୍‌ ପାଖରେ ଠିଆ ହୋଇଥାଆନ୍ତି।ମୁହଁରେ ନିଶ ଓ ଦାଢ଼ିଥିବା ସୁନ୍ଦର ଶଶି କପୁରଙ୍କ ଫଟୋରେ ଶୀର୍ଷକ ଲେଖା ଯାଇଥିଲା ଯେ,-ପୃଥ୍ଵୀରାଜ୍‌ କପୁରଙ୍କ ସୁପୁତ୍ର ଏବଂ ରାଜ କପୁର ଓ ଶମ୍ମୀ କପୁରଙ୍କ ସାନ ଭାଇ ଶଶି କପୁର ଏକ ଆଗାମୀ ଫିଲ୍ମରେ ଡ଼େବ୍ୟୁ କରୁଛନ୍ତି। ସେହି ଫଟୋ ଦେଖିବା ପରେ ଅଭିନେତା ହେବାର ଅଭିଳାଷ ରଖିଥିବା ମୁଁ ଭାବିଥିଲି ବୋଧ୍‌ହୁଏ ମୋତେ ସୁଯୋଗ ମିଳିବ ନାହିଁ,କାରଣ ଶଶି କପୁରଙ୍କ ଭଳି ବ୍ୟକ୍ତି ଅଛନ୍ତି।
ଶଶି କପୁରଙ୍କ ସହ ପ୍ରଥମ ଦେଖାରେ ସେ ଖୁବ୍‌ ଭଦ୍ର ଓ ବିନମ୍ର ଥିଲେ। ତାଙ୍କର କଣ୍ଠସ୍ୱର ପରଦା ଉପରେ କିନ୍ତୁ ବିଭିନ୍ନ ପ୍ରକାରର ଥିଲା। ଶଶିଙ୍କ ହେଆର୍‌ ଷ୍ଟାଇଲ୍‌ରେ ମୁଁ ପ୍ରଭାବିତ ହୋଇଥିଲି। ଥରେ ସେ ମୋତେ କହିଥିଲେ,‘ତମେ ବୋଧହୁଏ ମୋ’ ଭଳି କାନକୁ ଘୋଡ଼ାଇ କେଶ ରଖିବାକୁ ଚିନ୍ତା କରୁଛ।ମୁଁ ତା’ପରେ ତାଜ ହୋଟେଲର ହେଆର ଡ୍ରେସରଙ୍କ ପାଖକୁ ଯାଇ ସେଭଳି କାନକୁ ଘୋଡ଼ାଇବାର କେଶ ବିନ୍ୟାସ କରିଥିଲି,ଯାହା ଏଯାବତ୍‌ କାୟମ୍‌ ରଖିଛି। ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ମୁଁ ତାଙ୍କୁ କେତେଥର ଆସି ଦେଖିବାକୁ ଆସିଥିଲି।

ସମ୍ବନ୍ଧିତ ଖବର