ଆରୟନ ଘରକୁ ଫେରିବା ପରେ ଦେଖା କରିବା ପାଇଁ ଶାହରୁଖଙ୍କ ଘରେ ପହଞ୍ଚିଲେ ଶତ୍ରୁଘ୍ନ ସିିହ୍ନାଙ୍କ ପତ୍ନୀ

ମୁମ୍ବାଇ: ମୁମ୍ବାଇ ଉପକୂଳ‌ରେ ଥିବା ଏକ କ୍ରୁଜରେ ଚାଲିଥିବା ଡ୍ରଗ୍ ପାର୍ଟିରୁ ଗିରଫ ହୋଇଥିଲେ ବଲିଉଡର କିଙ୍ଗ ଖାନ ଶାହରୁଖଙ୍କ ପୁଅ ଆରୟନ ଖାନ୍। ଅକ୍ଟୋବର ୨୮ରେ ତାଙ୍କୁ ଜାମିନ ମିଳିବା ପରେ ଅକ୍ଟୋବର ୩୦ରେ ସେ ଘରକୁ ଫେରିଥିଲେ। ତେବେ ଆରୟନ ଘରକୁ ଫେରିବା ପରେ ଆଜି ତାଙ୍କୁ ଭେଟିବା ପାଇଁ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ପହଞ୍ଚିଥିବା ଜଣାପଡ଼ିଛି। ଶାହାରୁଖଙ୍କ ଘର ବାହାରେ ପୁନମ ସିହ୍ନାଙ୍କ ଗାଡ଼ି ପହଞ୍ଚିବା ସହ ସେ ଗାଡ଼ିରୁ ବାହାରି ଘର ଭିତରକୁ ଯାଉଥିବା ଭାଇରାଲ ଭିଡିଓରେ ଦେଖାଯାଇଛି।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଉପକୂଳ‌ରେ ଥିବା ଏକ କ୍ରୁଜ୍ ଉପରେ ଚଢ଼ାଉ କରିଥିଲା। ଡ୍ରଗ୍ ପାର୍ଟି ଚାଲିଥିବା ଜାଣି ଏନସିବି ଆରୟନଙ୍କୁ ଅଟକ ରଖିଥିଲା। ଏହା ପରେ ସେ ୫ ଦିନ ଏନସିବି ହେପାଜତରେ ରହିବା ପରେ ତାଙ୍କୁ ଅକ୍ଟୋବର ୭ରେ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା। ତେବେ ଅନେକ ଜାମିନ ଆଦେବନ ଖାରଜ ହେବା ପରେ ଅକ୍ଟୋବର ୨୮ରେ ଶାହରୁଖ ଖାନଙ୍କ ପୁଅ ଆରୟନଙ୍କୁ ଜାମିନି ମିଳିଥିଲା। ଜାମିନ ମିଳିଥିଲେ ବି ଜେଲରୁ ସେ ମୁକୁଳିବା ପାଇଁ ଆବଶ୍ୟକ କାଗଜପତ୍ର ସଂଧ୍ୟା ସାଢେ ୫ଟା ସୁଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚି ନପାରିବାରୁ ତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା। ଏହା ପରେ ଅକ୍ଟୋବର ୩୦ରେ ସେ ଜେଲ‌ରୁ ମୁକୁଳିପାରିଥିଲେ।

ସମ୍ବନ୍ଧିତ ଖବର