କଙ୍ଗନାଙ୍କ ସଫଳତାରେ ଅନ୍ୟମାନେ ଈର୍ଷାନ୍ବିତ: ଶତ୍ରୁଘ୍ନ

କଙ୍ଗନା ରାଣାୱତଙ୍କ ବିରୁଦ୍ଧରେ କହୁଥିବା ଲୋକମାନେ କଙ୍ଗନାଙ୍କ ସଫଳତାକୁ ନେଇ ବହୁତ ଈର୍ଷାନ୍ବିତ ବୋଲି କହିଛନ୍ତି ପ୍ରଖ୍ୟାତ ଅଭିନେତା ଶତ୍ରୁଘ୍ନ ସିହ୍ନା। ସେ କହିଛନ୍ତି, କଙ୍ଗନା କେବଳ ବଲିଉଡ୍‌ର କିଛି ଗୋଷ୍ଠୀଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁଛନ୍ତି, ଯେଉଁମାନେ ବଲିଉଡ୍‌ର କିଛି ନବାଗତ ତଥା ଦକ୍ଷ ଆଉଡ୍‌ସାଇଡର୍‌ଙ୍କ ବିରୁଦ୍ଧରେ ବସା ବାନ୍ଧିଛନ୍ତି, ସେମାନଙ୍କ ସୁଯୋଗ ଦେଉନାହାନ୍ତି। ଏକ ସାକ୍ଷାତକାରରେ ଶତ୍ରୁଘ୍ନ କହିଛନ୍ତି, ମୁଁ ଦେଖୁଛି କଙ୍ଗନାଙ୍କୁ ସେଇ ଲୋକମାନେ ବିରୋଧ କରୁଛନ୍ତି, ଯେଉଁମାନେ ତାଙ୍କ ସଫଳତାକୁ ସହିପାରୁନାହାନ୍ତି। ସେମାନେ ଏହାକୁ ସହ୍ୟ କରିପାରୁନାହାନ୍ତି ଯେ, ସେମାନଙ୍କ ଦୟା, କରୁଣା, ଇଚ୍ଛା ବିନା ଓ ସେମାନଙ୍କ ଗୋଷ୍ଠୀରେ ଯୋଗ ନ ଦେଇ ଏ ଝିଅଟି ଏତେ ବାଟ ଆଗକୁ ଚାଲିଗଲା। ଆମ ସହଯୋଗ ବିନା ସଫଳତାର ଶୀର୍ଷରେ ପହଞ୍ଚିପାରିଲା। କଙ୍ଗନାଙ୍କ ସଫଳତା ଓ ନିର୍ଭୀକତାକୁ ଦେଖି ସେମାନେ ବିରକ୍ତ ହେବା ସହ ଈର୍ଷା କରୁଛନ୍ତି ବୋଲି ଶତ୍ରୁଘ୍ନ କହିଛନ୍ତି।

ସମ୍ବନ୍ଧିତ ଖବର