ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନା ନିଜ ଝିଅ ସୋନାକ୍ଷୀଙ୍କୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି। ଲକଡାଉନ୍ ସମୟରେ ସୋନାକ୍ଷୀ ସୁଟିଂ ପାଇଁ ବାହାରକୁ ଗୋଡ଼ କାଢ଼ିଥିବା ନେଇ ନିକଟରେ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଏକ ଟ୍ବିଟ୍ କରି ସୂଚନା ଦେଇଥିବା ବେଳେ ଏହାକୁ ଶତ୍ରୁଘ୍ନ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ସେ ଟ୍ବିଟ୍ରେ ଛଡ଼ା ଯାଇଥିବା ଫଟୋଟି ପୁରଣା ଫଟୋ। ଯେବେଠୁ ଲକଡାଉନ୍ ଘୋଷଣା ହୋଇଛି, ସେବେଠୁ ସୋନାକ୍ଷୀ ଘରେ ଅଛି। ‘ବଲିଉଡ୍ ହଙ୍ଗାମା’କୁ ଦେଇଥିବା ଏକ ସାକ୍ଷାତକାରରେ ଶତ୍ରୁଘ୍ନ କହିଛନ୍ତି, କୋଉଠି ଓ କି ସୁଟିଂ? ଆମ ଘରେ କେହି ପାଗଳ ନୁହନ୍ତି। ମୋଦୀଜୀ ଯେବେଠୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଆମ ଘରୁ କେହି ବି ବାହାରକୁ ଯାଇ ନାହାନ୍ତି। ସେ ମଜାରେ ଏକଥା ବି କହିଛନ୍ତି, ଯଦି ସୋନାକ୍ଷୀ ସେଠାରେ ଦେଖା ଯାଇଛନ୍ତି ବୋଲି କୁହାଯାଇଛି, ତେବେ ସେ ନକଲି ସୋନାକ୍ଷୀ। ବୋଧେ ମୁମ୍ବାଇରେ ସୋନାକ୍ଷୀଙ୍କ ଭଳି ଦିଶୁଥିବା ଆଉ କେହି ଜଣେ ଅଛି। ନିକଟରେ ବିବେକଙ୍କ ଏହି ଟ୍ବିଟ୍କୁ ନେଇ ସୋନାକ୍ଷୀ ପ୍ରଶ୍ନ ଉଠାଇବା ସହ ମୁମ୍ବାଇ ପୁଲିସ୍ ଓ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଗୁଜବ ପ୍ରଚାରରେ ରୋକ୍ ଲଗାଇବା ପାଇଁ ଅନୁରୋଧ କରିଥିଲେ।
ଝିଅକୁ ସମର୍ଥନ ପାଇଁ ଆଗେଇ ଆସିଲେ ଶତ୍ରୁଘ୍ନ ସିହ୍ନା
/sambad/media/post_attachments/wp-content/uploads/2020/04/sat-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)