ଆଜିକାଲିକା ପିଲା କୌଣସି ବିଷୟରେ ଆଉ ପଚାରୁନାହାନ୍ତି; ସୋନାକ୍ଷୀଙ୍କ ବିବାହକୁ ନେଇ ଶତ୍ରୁଘ୍ନଙ୍କ ପ୍ରତିକ୍ରିୟା

ମୁମ୍ବାଇ: ନେଟଫ୍ଲିକ୍ସର ଚର୍ଚ୍ଚିତ ସିରିଜ୍ ‘ହୀରାମଣ୍ଡି’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଏହି ସିରିଜରେ ଫରିଦନ ଭୂମିକାରେ ନଜର ଆସି ଦର୍ଶକଙ୍କ ମନ କିଣିଛନ୍ତି ସୋନାକ୍ଷୀ। ତେବେ ସିରିଜ୍ ପାଇଁ ଚର୍ଚ୍ଚାରେ ଥିବା ସୋନାକ୍ଷୀ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। କୁହାଯାଉଛି ଯେ, ସେ ଖୁବଶୀଘ୍ର ନିଜ ପ୍ରେମିକ ଜାହୀର ଇକବାଲଙ୍କୁ ବିବାହ କରିବେ। ଚଳିତ ମାସରେ ଦୁହିଁଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଛି। ଜୁନ ୨୩ରେ ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସୋନାକ୍ଷୀଙ୍କ ବାପା ତଥା ଅଭିନେତା ଓ ନେତା ଶତ୍ରୁଘ୍ନ ସିହ୍ନା ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ, ମୁଁ ଦିଲ୍ଲୀରେ ଅଛି। ନିର୍ବାଚନ ଫଳାଫଳ ପରଠାରୁ ମୁଁ ଏଠାରେ ଅଛି। ଏପର୍ଯ୍ୟନ୍ତ ମୋ ଝିଅ ବିବ‌ାହ ଯୋଜନା ବିଷୟରେ କିଛି କହିନାହିଁ। ମୋତେ ମୋ ଝିଅ ବିବାହ କରୁଛି କି ନାହିଁ ବୋଲି ପଚରାଯାଉଛି। ଉତ୍ତର ହେଉଛି ସେ ଏପର୍ଯ୍ୟନ୍ତ ମୋତେ କିଛି କହି ନାହାଁନ୍ତି। ମୁଁ କେବଳ ଗଣମାଧ୍ୟମରେ ଯାହା ପଢ଼ିଛି ତାହା ଜାଣିଛି। ମୋର ଆଶୀର୍ବାଦ ତାଙ୍କ ସହିତ ରହିଛି। ଆମେ ଚାହୁଁ ଯେ ସେମାନେ ଦୁନିଆର ସମସ୍ତ ସୁଖ ପ୍ରାପ୍ତ କରନ୍ତୁ ।

ସେ ଆହୁରି କହିଛନ୍ତି , ଆମ ଝିଅ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ସେ କୌଣସି ଭୁଲ ନିଷ୍ପତ୍ତି ନେବ ନାହିଁ। ସେ ଏବେ ବଡ଼ ହେଲେଣି ଏବଂ ନିଜେ ନିଷ୍ପତ୍ତି ନେଇପାରୁଛନ୍ତି। ଯେତେବେଳେ ବି ସେ ବିବାହ କରିବେ, ମୁଁ ତାଙ୍କ ବରଯାତ୍ରୀରେ ଆଗରେ ନାଚିବି। ସେମିତି ଦେଖିବାକୁ ଗଲେ ଆଜିକାଲିକା ପିଲା ବାପା-ମା’ଙ୍କୁ କୌଣସି ବିଷୟରେ ଆଉ ପଚାରୁନାହାନ୍ତି। ସିଧା ନିଷ୍ପତ୍ତି ଶୁଣାଉଛନ୍ତି। ଆମେ ସୋନାକ୍ଷୀଙ୍କ ନିଷ୍ପତ୍ତି ଶୁଣିବାକୁ କେବଳ ଅପେକ୍ଷା କରିଛୁ।

 

ସମ୍ବନ୍ଧିତ ଖବର