ମୁମ୍ବାଇ: ବଲିଉଡର ଷ୍ଟାର ଦମ୍ପତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ସେମାନଙ୍କ ବୈବାହିକ ଜୀବନକୁ ନେଇ ଆରମ୍ଭରୁ ଚର୍ଚ୍ଚାରେ ରହିଆସିଛନ୍ତି। ଦୁହେଁ ୨୦ ଏପ୍ରିଲ ୨୦୦୭ରେ ବିବାହ କରିଥିଲେ। ଏହି ବିବାହକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ବିବାହରେ କେବଳ ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁମାନେ ଯୋଗ ଦେଇଥିଲେ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଯେତେବେଳେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ବିବାହର ମିଠା ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଘରକୁ ପହଞ୍ଚାଯାଇଥିଲା, ସେ ତାହାକୁ ଫେରାଇ ଦେଇଥିଲେ।
ଏକ ସାକ୍ଷାତକାରରେ ଏହି ଖୁଲାସା କରିଥିଲେ ଶତ୍ରୁଘ୍ନ। ଶତ୍ରୁଘ୍ନ ସିହ୍ନା କହିଥିଲେ ଯେ, ସେ କାହିଁକି ବିବାହ କାର୍ଡ ଫେରାଇ ଦେଇଥିଲେ। ତାଙ୍କ କହିବା ମୁତାବକ, 'ଯେତେବେଳେ ତୁମେ ମୋତେ ନିମନ୍ତ୍ରଣ କରିନାହଁ, ତେବେ ମିଠା କାହିଁକି?' ଅତି କମରେ ମୁଁ ଆଶା କରିଥିଲି ଯେ ମିଠା ପଠାଇବା ପୂର୍ବରୁ ଅମିତାଭ କିମ୍ବା ପରିବାରର କୌଣସି ସଦସ୍ୟ ମୋତେ ଫୋନ୍ କରିବେ। କିନ୍ତୁ ତାହା କେହି କଲେ ନାହିଁ। ତେଣୁ ମିଠା ରଖିବାର କିଛି ଅର୍ଥ ନଥିଲା?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/01/21/gThNqZMusTIS6kTk58nk.jpg)