ତନୁଶ୍ରୀ ଦତ୍ତଙ୍କୁ କାଠଗଡ଼ାକୁ ଟାଣିବେ ନାନା; ନୋଟିସ୍‌ ପଠାଇ କ୍ଷମା ମାଗିବାକୁ କହିବେ

ମୁମ୍ବାଇ: ଖାତନାମା ସିନେ ଷ୍ଟାର୍‌ ନାନା ପାଟେକର୍‌ଙ୍କ ବିରୋଧରେ କିଛି ଦିନ ତଳେ ଅସଦାଚରଣ ଅଭିଯୋଗ ଆଣିଥିଲେ ‘ଆସିକ୍‌ ବନାୟା ଆପନେ’ ଚଳଚ୍ଚିତ୍ର ନାୟିକା ତନୁଶ୍ରୀ ଦତ୍ତ। ତନୁଶ୍ରୀଙ୍କ ଅଭିଯୋଗକୁ ଅସ୍ୱୀକାର କରି ନାନା ପାଟେକର ଏବେ ତାଙ୍କ ବିରୋଧରେ ଏକ ଅାଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ନୋଟିସ୍‌ ଜାରି କରିବାର ନିଷ୍ପତ୍ତି ନେଇଛନ୍ତି।

ପାଟେକରଙ୍କ ଓକିଲ ରାଜେନ୍ଦ୍ର ସିଖୋଧାର ଦତ୍ତ ଆଣିଥିବା ଅଭିଯୋଗକୁ ମିଥ୍ୟା ଓ କଳ୍ପିତ ବୋଲି କହିଛନ୍ତି। ସିଖୋଧାର କହିଛନ୍ତି ଯେ ‘ଆମେ ତନୁଶ୍ରୀଙ୍କୁ ନୋଟିସ୍‌ ପଠାଇବା ପ୍ରକ୍ରିୟାରେ ଅଛୁ। ସେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଆମେ ଆଜି ତାଙ୍କୁ ନୋଟିସ୍‌ ଜାରି କରିବୁ। ସେ ନିଜର ଭୁଲ୍‌ ପାଇଁ ପାଟେକଙ୍କୁ କ୍ଷମା ମାଗନ୍ତୁ।’

ଉଲ୍ଲେଖଯୋଗ୍ୟ, ନିକଟରେ ଦତ୍ତ ଅଭିଯୋଗ ଆଣିଥିଲେ ଯେ ୨୦୦୮ ମସିହାରେ ଚଳଚ୍ଚିତ୍ର ‘ଓକେ ହର୍ଣ୍ଣ ପ୍ଲିଜ୍‌’ ଚଳଚ୍ଚିତ୍ରର ସୁଟିଂ ସମୟରେ ଏକ ଗୀତ ସୁଟିଂ ହେଉଥିବା ବେଳର ସୁଯୋଗ ନେଇ ନାନା ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ। ତନୁଶ୍ରୀ ଅଭିଯୋଗ ଆଣିବା ପରେ ଏହି କଥା ଗଣମାଧ୍ୟମରେ ଗତ କିଛି ଦିନ ହେବ ଛାଇ ହୋଇଯାଇଛି।

ସମ୍ବନ୍ଧିତ ଖବର