ମୁମ୍ବାଇ: ଟେଲିଭିଜନ୍ ଷ୍ଟାର୍ ଅଙ୍କିତା ଲୋଖଣ୍ଡେ ଏବେ ଦିବଂଗତ ବଲିଉଡ୍ ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକଙ୍କ ଟ୍ରୋଲ୍ର ଶିକାର ହୋଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ବିଶେଷ ଖୁସି ରହୁଛନ୍ତି ବୋଲି ଟ୍ରୋଲ୍ରମାନେ ଟ୍ରୋଲ୍ କରିଛନ୍ତି। ନିକଟ ଅତୀତରେ ଅଙ୍କିତା ଦେଇଥିବା ତାଙ୍କ ରିଲେସନ୍ସିପ୍ ଷ୍ଟାଟସ୍, ପିନ୍ଧୁଥିବା ପୋଷାକ, ନୃତ୍ୟ ଭିଡିଓ ଓ ବିନ୍ଦାସ ଅନ୍ଦାଜକୁ ଦେଖି ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କୁ ଏପରି ଆଶ୍ଚର୍ଯ୍ୟଜନକ ଭାବେ ସମାଲୋଚନା କରିଛନ୍ତି।
View this post on Instagram
ନିଜ କୁକୁର ସହ ଫଟୋ ଓ ଅଙ୍କିତା ସୋସିଆଲ୍ ମିଡିଆରେ ସେୟାର୍ କରୁଥିବା କୌଣସି ବି ମଜାଦାର୍ ଘଟଣାକୁ ପସନ୍ଦ କରୁନାହାନ୍ତି ପ୍ରଶଂସକ। ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ନିଜକୁ ଅଧିକ ଖୁିସି ଥିବାର ଦେଖେଇ ହଉଛନ୍ତି ବୋଲି କେହି କେହି କମେଣ୍ଟ୍ କରିଛନ୍ତି।
ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ କରିବା ବଦଳରେ ଅଙ୍କିତା ତାଙ୍କ ନିଜର ଫଟୋ ଓ ଭିଡିଓ ସେୟାର୍ କରି ଖୁସି ହେବା କଥାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସମାଲୋଚକ।
View this post on Instagram
ଉଲ୍ଲେଖଯୋଗ୍ୟ, ଅଙ୍କିତାଙ୍କୁ ଲୋକେ ପ୍ରଥମେ ବହୁ ଲୋକପ୍ରିୟ ଟିଭି ସିରିୟଲ୍ ‘ପବିତ୍ର ରାସ୍ତା’ରୁ ଜାଣିବା ଆରମ୍ଭ କଲେ। ସେହି ସିରିୟଲ୍ରେ ତାଙ୍କ ନାୟକ ସାଜିଥିଲେ ସୁଶାନ୍ତ। ସେ ସମୟରେ ସେ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରେ ସେ ଦୁହଁଙ୍କ ପ୍ରେମ ସଂପର୍କରେ ପୂର୍ଣ୍ଣଛେଦ ପଡ଼ିଥିଲା। ଏବେ ଅଙ୍କିତା ଭିକି ଜୈୖନ୍ଙ୍କୁ ଡେଟ୍ କରୁୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Untitled-59.jpg)