ବାସ୍ତବ ଜୀବନରେ ଶୀତଲଙ୍କୁ କେହି କେବେ ପ୍ରପୋଜ କରିଛନ୍ତି କି? ଜାଣନ୍ତୁ କ’ଣ କୁହନ୍ତି ଶୀତଲ

ଭୁବନେଶ୍ୱର: ଓଲିଉଡ଼ର ଚୁଲବୁଲି ନାୟିକା ଶୀତଲଙ୍କୁ କେହି କେବେ ପ୍ରପୋଜ କରିଛନ୍ତି କି ? କଲେଜ ସମୟରେ କେହି ଫୁଲ ବା ଚିଠି ଦେଇ ପ୍ରପୋଜ କରିଛନ୍ତି କି ? ଏସବୁ ବାବଦରେ ମନ ଖୋଲି କହିଛନ୍ତି ଶୀତଲ ପାତ୍ର | ମଞ୍ଜରୀ ଟିଭିରେ ପ୍ରସାରିତ ହେଉଥିବା ସୋ ‘ହାଲୋ-ହାଏ-ନମସ୍କାର’ରେ ଶୀତଲ କହିଛନ୍ତି ମନର କଥା | ଏହି ସୋ ର ଉପସ୍ଥାପକ ଅଶ୍ୱିନୀ ଶୀତଲଙ୍କ ପ୍ରଶ୍ନ ପଚାରିଥିଲେ ଯେ କଲେଜ ପାଠପଢା ସମୟରେ କେହି ଫୁଲ ବା ଚିଠି ଦେଇ ପ୍ରପୋଜ କରିଛନ୍ତି କି ? ଶୀତଲ ଏହାର ଉତ୍ତରରେ କହିଛନ୍ତି ଯେ,’ନା କେବେ ବି କେହି ସିଧାସଳଖ ପ୍ରପୋଜ କରିନାହାନ୍ତି | ପରୋକ୍ଷ ଭାବେ ପ୍ରପୋଜ କରିବା କଥା ଶୁଣିବାକୁ ପାଇଛି ‘| ସେହିପରି ପିଲାଦିନେ କେବେ ହିରୋଇନ ହେବେ ବୋଲି ଶୀତଲ ଭାବିଥିଲେ କି, କିଛି ଏହି କଥା ଅଶ୍ୱିନୀ ପଚାରିଥିଲେ |

ଆଉ ଶୀତଲ କହିଥିଲେ ଯେ ପିଲାଦିନେ ହିରୋଇନ ହେବେ ବୋଲି ଭାବିନଥିଲେ, ନୃତ୍ୟ ଓ ଅଭିନୟ ଦୁର୍ବଳତା ଥିଲେ ବି ଭବିଷ୍ୟତରେ ହିରୋଇନ ହେବେ ବୋଲି କେବେ ଭାବିନଥିଲେ | କିନ୍ତୁ ତାଙ୍କ ମା, ଝିଅ ହିରୋଇନ ହେବା ନେଇ ସ୍ବପ୍ନ ଦେଖିଥିଲେ | ବର୍ତ୍ତମାନ ଏମବିବିଏସ ପଢ଼ୁଥିବା ଶୀତଲ ଆଉ କଣ ସବୁ କହିଛନ୍ତି ଦେଖନ୍ତୁ |


ସୂଚନା ଥାଉ କି ଅଭିନେତ୍ରୀ ଶୀତଲ ‘ଯିଏ ଯାହା କହୁ ମୋର ଢ଼ୋ’, ‘ଭଲପାଏ ତତେ ଶହେ ରୁ ଶହେ’, ‘ମିଷ୍ଟର ମଜନୁ’, ‘ତୋର ଦିନେକୁ ମୋର ଦିନେ’, ‘ପ୍ରେମରେ ପ୍ରେମରେ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି |

ସମ୍ବନ୍ଧିତ ଖବର