ମୁମ୍ବାଇ: ଅଭିନେତ୍ରୀ ତୁନି‌ଶା ଶର୍ମାଙ୍କ ଆତ୍ମହତ୍ୟା ପରେ ଏହା ପଛର କାରଣ ଖୋଜୁଛି ପୁଲିସ। ଏପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦିଗକୁ ନେଇ ପୁଲିସ ଯାଞ୍ଚ କରୁଥିବା ବେଳେ ତୁନିଶାଙ୍କ ପ୍ରେମିକ ତଥା ଅଭିନେତା ଶିଜାନ ଖାନଙ୍କୁ କଷ୍ଟଡିକୁ ନେଇ ପଚରାଉଚରା କରୁଛି ପୁଲିସ। ଏମଧ୍ୟରେ ଶିଜାନଙ୍କ ଭଉଣୀ ତଥା ଅଭିନେତ୍ରୀ ସଫକ ନାଜ୍ ଓ ଫଲକ ନାଜ ନିଜର ପ୍ରତିକ୍ରିୟା ରଖିଛନ୍ତି।

Advertisment

ଇନଷ୍ଟା ପୋଷ୍ଟରେ ଦୁହେଁ ଲେଖିଛନ୍ତି ଯେ, ଆପଣମାନଙ୍କ ଭଳି ଆମେ ବି ସତ କ’ଣ ଜାଣିବାକୁ ଚାହୁଁଛୁ। କ’ଣ ପାଇଁ ତୁନିଶା ଏଭଳି କଲେ ତାହା ସାମ୍ନାକୁ ଆସିବା ଜରୁରୀ। ସେପର୍ଯ୍ୟନ୍ତ ଆମକୁ ଏକା ଛାଡ଼ିଦିଅନ୍ତୁ। ଦୁଇ ପକ୍ଷର ପରିବାର ଏବେ ପୀଡ଼ିତ। କେହି ଦୋଷୀ ନୁହନ୍ତି। ଠିକ ସମୟ ଆସିଲେ ଆମେ ଏହି ଘଟଣାକୁ ନେଇ ମୁହଁ ଖୋଲିବୁ। କିନ୍ତୁ ଏହା ଉପଯୁକ୍ତ ସମୟ ନୁହେଁ। ମୃତ୍ୟୁ ଏକ ଯନ୍ତ୍ରଣାଦାୟକ ଜିନିଷ। ପୀଡିତାଙ୍କ ପରିବାର ବିଷୟରେ ଚିନ୍ତା କରି ସେମାନଙ୍କୁ ଏକା ଛାଡ଼ିଦେବା ଉଚିତ୍। ଯାହାଫଳରେ ପରିବାର ମୃତକ ପାଇଁ ଶୋକପ୍ରକାଶ କରି ଶେଷ ରୀତିନୀତି କରିପାରିବେ।

View this post on Instagram

A post shared by Shafaq Naaz (@shafaqnaaz777)

ସେ ଆହୁରି ଲେଖିଛନ୍ତି 'ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ମୁହୂର୍ତ୍ତ। ଆମେ ଜଣେ ମୂଲ୍ୟବାନ ବ୍ୟକ୍ତିଙ୍କୁ ହରାଇଛୁ ଏବଂ ଅନ୍ୟ ଜଣକୁ ଗିରଫ କରାଯାଇଛି। ଶିଜ‌ାନଙ୍କ ବିରୋଧରେ ଅନେକ ଅଭିଯୋଗ ଲଗାଯାଇଛି ଏବଂ ପୁଲିସ ଏହାର ତଦନ୍ତ କରୁଛି। ପୁଲିସକୁ ସେମାନଙ୍କ କାମ କରିବାକୁ ଦିଅ। ଏହି ସମୟ ଆମ ପରିବାର ସଦସ୍ୟଙ୍କ ପାଇଁ ବହୁତ କଷ୍ଟକର। ଏବେ ଆମକୁ ପୁଲିସକୁ ସମର୍ଥନ କରିବା  ଉଚିତ। ସତ୍ୟ ଆପେ ଆପେ ସାମ୍ନାକୁ ଆସିବ।