ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ପଛର ମୁଖ୍ୟ କାରଣ ପ୍ରେମିକ ସିଜାନ ଖାନଙ୍କ ସହ ତାଙ୍କର ବ୍ରେକଅପ୍‌ ବୋଲି କୁହାଯାଉଥିବା ବେଳେ; ସିଜାନଙ୍କ ସଂପର୍କରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ତୁନିଶାଙ୍କ ବନ୍ଧୁ ରାୟା ଲାବିବ। ରାୟା ଅଭିଯୋଗ କରିଛନ୍ତି ଯେ ସିିଜାନ ଏକ ସମୟରେ ଅନେକ ମହିଳାଙ୍କୁ ଡେଟ୍‌ କରୁଥିଲେ। ତାଙ୍କର ଏକାଧିକ ଗର୍ଲଫ୍ରେଣ୍ଡ ଏବଂ ମହିଳାଙ୍କ ସହ ସଂପର୍କ ଥିଲା। ସିଜାନ ଏକାସାଙ୍ଗରେ ୬ରୁ ୧୦ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ବଜାୟ ରଖିଥିଲେ।

Advertisment

ରାୟା ଦାବି କରିଛନ୍ତି ଯେ ସେ ଜଣେ ମହିଳାଙ୍କ ଠାରୁ ଏହି ସୂଚନା ପାଇଛନ୍ତି ଯିଏ କି ସିିଜାନଙ୍କ ସହ ସମ୍ପର୍କରେ ଥିଲେ। କିନ୍ତୁ ପ୍ରାୟ ଚାରି ମାସ ପୂର୍ବରୁ ଯେତେବେଳେ ସେ ତୁନିଶାଙ୍କ ବିଷୟରେ ଜାଣିବାକୁ ପାଇଥିଲେ ସେତେବେଳେ ସେ ସିଜାନଙ୍କ ଠାରୁ ଦୂରେଇ ଯାଇଥିଲେ ଓ ତାଙ୍କର ବ୍ରେକଅପ ହୋଇ ଯାଇଥିଲା।

publive-image

‘ଏବେ ମହିଳା ଜଣକ ଅବସାଦ ପାଇଁ ମାନସିକ ଚିକିତ୍ସା କରୁଛନ୍ତି ଏବଂ ଏ ବିଷୟରେ କହିବାକୁ ଚାହାନ୍ତି ନାହିଁ। ସିିଜାନ୍‌ ଅନେକ ମହିଳାଙ୍କୁ ନିଜର ଯୌନ ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟବହାର କରିଥିଲେ, ସେମାନଙ୍କୁ ପ୍ରେମ ଏବଂ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ପ୍ରତାରିତ କରୁଥିଲେ। ପରଦାରେ ତାଙ୍କର ସୁନ୍ଦର ଚେହେରା ପାଇଁ ସେମାନେ ପ୍ରଥମେ ତାଙ୍କ ପ୍ରତି ଆକର୍ଷିତ ହେଉଥିଲେ। ଏହାର ସୁଯୋଗ ନେଇ ସିିଜାନ୍‌ କେବଳ ଯୌନ ସମ୍ପର୍କ ପାଇଁ ବନ୍ଧୁତା ସ୍ଥାପନ କରୁଥିଲେ। ସେମାନଙ୍କ ପ୍ରତି ସିଜାନଙ୍କର କୌଣସି ପ୍ରକାରର ପ୍ରତିବଦ୍ଧତା କିମ୍ବା ପ୍ରେମ ନ ଥିଲା। ସେ ତୁୁନିଶାଙ୍କ ସହ ମଧ୍ୟ ସମାନ କାର୍ଯ୍ୟ କରିଥିଲେ ଏବଂ ପରେ ତାଙ୍କ ସହ ବ୍ରେକ୍‌ ଅପ୍‌ କରିଥିଲେ। ତୁନିଶା ନିକଟରେ ସିଜାନଙ୍କର ଏକାଧିକ ଯୌନ ସାଥୀ ଏବଂ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ ଏବଂ ତାଙ୍କୁ ସାମ୍ନା କରିଥିଲେ। ହେଲେ, ସିଜାନ ପ୍ରତିକ୍ରିୟା ଦେଇଥିଲେ ଯେ ସେ ତାଙ୍କ ସହ ବ୍ରେକ୍‌ ଅପ୍‌ କରିସାରିଛନ୍ତି ଏବଂ ତାଙ୍କ ପାଇଁ ଉତ୍ତରଦାୟୀ ନୁହନ୍ତି। ଏହି କାରଣରୁ ତୁନିଶା ଅବସାଦଗ୍ରସ୍ତ ହୋଇ ଜୀବନ ହାରିଥିଲେ’, ବୋଲି ରାୟା ସ୍ପଷ୍ଟ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତୁୁନିଶା ଶର୍ମା ଗର୍ଭବତୀ ହୋଇ ପାରିଥାନ୍ତି। ହୁଏତ ସେ ମୃତ୍ୟୁ ସମୟରେ ଗର୍ଭବତୀ ନଥିଲେ, କିନ୍ତୁ ପୂର୍ବରୁ ଗର୍ଭବତୀ ହୋଇପାରିଥାନ୍ତି ଏବଂ ବଟିକା ଖାଇ ଗର୍ଭପାତ କରିଥିବେ ମୁଁ ନିଶ୍ଚିତ ଭାବରେ ଜାଣେ ନାହିଁ, କିନ୍ତୁ ସେ କିଛି ବିଷୟରେ ବହୁତ ଚିନ୍ତିତ ଥିଲେ। ତଥାପି, ରାୟା ନିଶ୍ଚିତ କରିଛନ୍ତି ଯେ ତୁନିଶା ସିିଜାନଙ୍କ ପ୍ରେମରେ ପାଗଳ ଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ତେଣୁ, ବ୍ରେକଅପ ତାଙ୍କୁ ମାନସିକ ଆଘାତ ଦେବା ସହ ଆତ୍ମହତ୍ୟା ପାଇଁ ବାଧ୍ୟ କରିପାରିଥାଏ ବୋଲି ସେ କହିଛନ୍ତି।