ମୁମ୍ବାଇ: ଟେଲି ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ମୃତ୍ୟୁ ଉଭୟ ପ୍ରଶଂସକ ଏବଂ ସେଲିବ୍ରିଟିଙ୍କୁ ଏକ ବଡ଼ ଝଟକା ଦେଇଛି। ସମ୍ପୂର୍ଣ୍ଣ ଫିଟ୍ ଥିବା ଶେଫାଲିଙ୍କର କିଭଳି ହୃଦଘାତ ହେଲା ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ଅଭିନେତ୍ରୀଙ୍କର ଅନ୍ତିମ ସଂସ୍କାର ସରିଥିବା ବେଳେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିସାରିଥିବା ବେଳେ ଡାକ୍ତର ତାକୁ ସଂରକ୍ଷିତ ରଖିଥିବା କହିଛନ୍ତି।
ଚର୍ଚ୍ଚା ହେଉଛି ଯେ, ରକ୍ତଚାପ ହଠାତ୍ କମିଯିବାରୁ ଶେଫାଳିଙ୍କର ହୃଦଘାତ ହେଲା। ଏହା ପରେ ତାଙ୍କର ମୃତ୍ୟୁ ହେରଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତେବେ ଅଧିକାରୀକ ଭାବେ ଏହାର କାରଣ ସାମ୍ନାକୁ ଆସିନାହିଁ।
ଏହା ପୂର୍ବରୁ ଶେଫାଲି ଜରିୱାଲାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ ଯେ, ସେ ଗତ ୫-୬ ବର୍ଷ ଧରି ଯୁବା ଦେଖାଯିବା ପାଇଁ ଚିକିତ୍ସା କରୁଥିଲେ। ଶେଫାଲି ଦୁଇଟି ଔଷଧ ଖାଉଥିଲେ ଯେଉଁଥିରେ ଭିଟାମିନ୍ ସି ଏବଂ ଗ୍ଲୁଟାଥିଓନ୍ ଅନ୍ତର୍ଭୁକ୍ତ। ଡାକ୍ତର ଦାବି କରିଥିଲେ ଯେ, ଏହି ଔଷଧର ହୃଦୟ ସହିତ କୌଣସି ସମ୍ପର୍କ ନାହିଁ। ଏହି ଔଷଧଗୁଡ଼ିକ ଚର୍ମର ରଙ୍ଗ ଉଜ୍ବଳ କରିବା ପାଇଁ ନିଆଯାଏ ଏବଂ ଏହାର ପ୍ରଭାବ କେବଳ ଚର୍ମ ଉପରେ ପଡ଼ିଥାଏ। ଶେଫାଲି ବହୁତ ଫିଟ୍ ଥିଲେ ଏବଂ ମୋତେ କେବେ ବି କୌଣସି ରୋଗ ଥିବା ବିଷୟରେ କହି ନଥିଲେ।