ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଜଣାଶୁଣା ମଡେଲ୍ ସେଫାଳୀ ଜରିୱାଲାଙ୍କ ଗତକାଲି ହୃଦ୍ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ହୃଦ୍ଘାତ ପରେ ତାଙ୍କ ସ୍ବାମୀ ପରାଗ ତ୍ୟାଗୀ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତାଙ୍କର ଏହି ଅକାଳ ବିୟୋଗ ଖବର ମନୋରଞ୍ଜନ ଜଗତ ସମେତ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ୨୦୦୨ରେ ମୁକ୍ତିଲାଭ କରିଥିବା ଗୀତ ‘କାଣ୍ଟା ଲଗା’ରେ ତାଙ୍କର ନୃତ୍ୟ ସୁପର୍ହିଟ୍ ହୋଇଥିଲା। ଗୁଜୁରାଟର ଅହମଦାବାଦ୍ରେ ୧୫ ଡିସେମ୍ବର ୧୯୮୨ରେ ଜନ୍ମିତ ଶୋଫାଳୀ ବିଗ୍ବସ୍-୧୩ରେ ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/28/07e11f8f-80a7-4291-bbcd-5b69bd842ac6-2025-06-28-09-32-43.jpg)