ମୁମ୍ବାଇ: ‘କାଣ୍ଟା ଲଗା ଗାର୍ଲ’ ସେଫାଲି ଜରିବାଲା ନିଜ ସୌନ୍ଦର୍ଯ୍ୟରେ ସମସ୍ତଙ୍କ ମନ ଜିଣି ପାରିଛନ୍ତି। ସେ ୪୦ ବର୍ଷ ବୟସରେ ବି ୨୫ ବର୍ଷୀୟା ଯୁବତୀଙ୍କ ପରି ଦିଶୁଛନ୍ତି। ତାଙ୍କୁ ତାଙ୍କର ସୌନ୍ଦର୍ଯ୍ୟ ସହ ବୋଲ୍ଡ ଅନ୍ଦାଜ ପାଇଁ ବି ଲୋକେ ବେଶ୍ ଜାଣନ୍ତି। ଏବେ ସେଫାଲିଙ୍କୁ ତାଙ୍କ ସ୍ବାମୀଙ୍କ ସହ ଭିନ୍ନ ଅନ୍ଦାଜରେ ସୁଇମିଂ ପୁଲ୍ରେ ଦେଖିବାକୁ ମିଳିଛି।
ଅଭିନେତ୍ରୀ ତାଙ୍କ ସ୍ବାମୀ ପରାଗ ତ୍ୟାଗିଙ୍କ କାନ୍ଧରେ ବସି ସୁଇମିଂ ପୁଲ୍କୁ ଓହ୍ଲାଉଥିବା ବେଳର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେଉଛି। ସେ ଏକ ନୀଳ ରଂଗର ବିକିନି ପିନ୍ଧିଥିବାର ଦେଖିବାକୁ ମିଳିଛି। ନୀଳ ରଂଗର ପୋଷାକରେ ସେଫାଳି ଖୁବ୍ ଆକର୍ଷଣୀୟ ଦିଶୁଥିବା ବେଳେ ବିବାହର ୯ ବର୍ଷ ପରେ ବି ଜୀବନକୁ ବିନ୍ଦାସ ଉପଭୋଗ କରୁଛନ୍ତି।
ସେଫାଲି ଓ ପରାଗ ମିଶି ପୁଲ୍ ଭିତରେ ଅନେକ ରୋମାଣ୍ଟିକ୍ ଫଟୋ ପୋଜ୍ ଦେଇଛନ୍ତି। ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ପତି-ପତ୍ନୀଙ୍କ ଫଟୋ ସମସ୍ତଙ୍କ ମନ ଜିଣିଛି। ଅଧିକାଂଶ ବ୍ୟବହାରକାରୀ ସେମାନଙ୍କ ଯୋଡ଼ିକୁ ପ୍ରଶଂସା କରି କମେଣ୍ଟ୍ ଲେଖିଥିବା ବେଳେ କେହି କେହି ସେ ଦୁହିଁଙ୍କୁ ସମାଲୋଚନା ବି କରିଛନ୍ତି।
କେହି କେହି ପରାଗଙ୍କ ଭାଗ୍ୟ ଜୋର୍ ବୋଲି ଲେଖିଥିବା ବେଳେ କେହି କେହି ତାଙ୍କ ସୌନ୍ଦର୍ଯ୍ୟକୁ ସେଫାଳୀଙ୍କ ସହ ତୁଳନା କରି ଟ୍ରୋଲ୍ କରିଛନ୍ତି। ତେବେ ଯାହା ବି ହେଉ, ସେ ଦୁହିଁଙ୍କ ଯୋଡ଼ି ଯେ କୋଟିଏରେ ଗୋଟିଏ ତାହା ଆପଣ ଅସ୍ବୀକାର କରିବେ ନାହିଁ।