ଶେହନାଜ ଗିଲ କଲେ ଘୋଷଣା : ଦୀପାବଳିରେ ପ୍ରଶଂସକଙ୍କୁ ଉପହାର ‌ଦେବେ ନୂତନ ଫିଲ୍ମ

ମୁମ୍ବାଇ: ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ଶେହନାଜ ଗିଲ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଅଭିନେତ୍ରୀ ତାଙ୍କର ବିଗ୍ ବଲିଉଡ୍ ପ୍ରୋଜେକ୍ଟ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ଦୀପାବଳିରେ ଶେହନାଜ ଗିଲଙ୍କ ଫିଲ୍ମ ରିଲିଜ ହେବାକୁ ଯାଉଛି।

ଟିଭି ଜଗତରେ ନିଜର ଅଭିନୟରେ ସମସ୍ତଙ୍କ ହୃଦୟ ଜିତିବା ପରେ ଏବେ ସେ ବଡ ପରଦାରେ ନଜର ଆସିବେ । ଶେହନାଜ ଗିଲଙ୍କ ଏହି ଚଳଚ୍ଚିତ୍ର ଏକ ହାସ୍ୟରସ ଭରା ଚଳଚ୍ଚିତ୍ର ହେବ, ଯେଉଁଥିରେ ଆକ୍ସନ, ଗୀତ ଏବଂ ମସଲା ରହିବ । ଏହି ଚଳଚ୍ଚିତ୍ରକୁ ନିର୍ମାଣ କରୁଛନ୍ତି ସାଜିଦ ଖାନ।

ଶେହନାଜ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ତାଙ୍କ ଚଳଚ୍ଚିତ୍ର ଦର୍ଶକଙ୍କୁ ୧୦୦% ଏଣ୍ଟରଟେନମେଣ୍ଟ ଯୋଗାଇବ ଏବଂ ଶେହନାଜଙ୍କ ଏହି ବିଶେଷ ଉପହାର ସହିତ ଦର୍ଶକଙ୍କ ଦୀପାବଳି ମଧ୍ୟ ଗ୍ରାଣ୍ଡ ହେବାକୁ ଯାଉଛି । ଫିଲ୍ମ ଘୋଷଣା କରିବାବେଳେ ଶେହନାଜ ତାଙ୍କ ପ୍ରଶଂସକଙ୍କୁ ପଚାରିଛନ୍ତି କି ସେମାନେ ପ୍ରସ୍ତୁତ ଅଛନ୍ତି ତ ଏହି ଫିଲ୍ମ ପାଇଁ ?

 

View this post on Instagram

 

A post shared by Shehnaaz Gill (@shehnaazgill)

ଏହି ଚଳଚ୍ଚିତ୍ରରେ ଶେହନାଜ ଗିଲ ବଲିଉଡର ହାଣ୍ଡସମ ହଙ୍କ ଜନ୍ ଆବ୍ରହାମ, ରିତେଶ ଦେଶମୁଖଙ୍କ ସହ ସ୍କ୍ରିନ୍ ସେୟାର କରିବେ। ଶେହନାଜଙ୍କ ଏହି ଚଳଚ୍ଚିତ୍ରରେ ନୋରା ଫତେହି ମଧ୍ୟ ତାଙ୍କ ଗ୍ଲାମରସ ଭୂମିକାରେ ନଜର ଆସିବେ ।

ବର୍ତମାନ ଶେହନାଜ ଗିଲଙ୍କ ବେଶ୍ ଲୋକପ୍ରିୟତା ରହିଛି । ସେ ସଲମାନ ଖାନଙ୍କ ଏକ  ଫିଲ୍ମରେ ମଧ୍ୟ କାମ କରୁଛନ୍ତି । ସଲମାନଙ୍କ ଫିଲ୍ମ ଭାଇଜାନରେ ଶାହନାଜଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମରୁ ଶେହନାଜଙ୍କ ଲୁକ ମଧ୍ୟ ସାମ୍ନାକୁ ଆସିଛି।

ଭାଇଜାନ ଏକ ମଲ୍ଟିଷ୍ଟାର୍ ଚଳଚ୍ଚିତ୍ର, ଯେଉଁଥିରେ ପୂଜା ହେଗଡେ ସଲମାନଙ୍କ ସହ ନାୟିକା ଭାବେ ନଜର ଆସିବେ । ପଞ୍ଜାବୀ ଚଳଚ୍ଚିତ୍ର ‘ହସଲା ରାଖ’ ସହିତ ଶାହନାଜ ଗିଲ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ। କିନ୍ତୁ ବର୍ତ୍ତମାନ ଶେହନାଜଙ୍କୁ ସିଲଭର ସ୍କ୍ରିନରେ ନିଜର ଯାଦୁ ବିସ୍ତାର କରୁଥିବା ଦେଖିବାକୁ ମିଳିବ ।

ସମ୍ବନ୍ଧିତ ଖବର