ନୂଆଦିଲ୍ଲୀ: ଶେହନାଜ ଗିଲ ଓ ନୱାଜୁଦ୍ଦିନ ସିଦ୍ଧିକିଙ୍କ ଲେଟେଷ୍ଟ ଗୀତ ‘ୟାର କା ସତାୟା ହୁଆ’ ଲୋକଙ୍କୁ ବେଶ ପସନ୍ଦ ଆସିଛି। ଏହି ଗୀତ ରିଲିଜ ହେବାପରେ ଶେହନାଜ ଭଲପାଇବାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଶେହନାଜ ଏକ ସାକ୍ଷାତକାରରେ କହିଛନ୍ତି, ‘ମୋତେ ପ୍ରେମରେ ଅନେକଥର ପ୍ରତାରଣା ମିଳିଛି। ତେଣୁ ଭଲପାଇବା ଉପରେ ମୋର ବିଶ୍ବାସ ହଟିଯାଇଛି। କିନ୍ତୁ ଆଜିଯାଏଁ ମୁଁ କେବେ କାହାକୁ ପ୍ରତାରଣା ଦେଇନାହିଁ। ଯାହାକୁ ଭଲ ପାଇଛି ସମସ୍ତେ ମୋତେ ଛାଡ଼ି ଚାଲିଯାଇଛନ୍ତି। କିଛିବର୍ଷ ହେବ ମୁଁ ଶକ୍ତିଶାଳୀ ହୋଇଯାଇଛି। ଏବେ କୌଣସି ପ୍ରକାର କଷ୍ଟ ମୋତେ କିଛି ବି ଫରକ ପକାଉନାହିଁ। ଜୀବନରେ କିଏ ଆସୁଛି କି ଯାଉଛି ସେମାନଙ୍କ ସହିତ ମୋର କିଛି ବି ନେଣଦେଣ ନାହିଁ।
ତେବେ ଶେହନାଜ ଗିଲ ସିଦ୍ଧାର୍ଥ ଶୁକ୍ଳାଙ୍କ ସହିତ ରିଲେସନସିପରେ ଥିଲେ। ବିଗବସ-୧୩ରେ ସିଦ୍ଧାର୍ଥଙ୍କ ସହିତ ଶେହନାଜଙ୍କ ବନ୍ଧୁତା ହୋଇଥିଲା। ୨୦୨୧ ସେପ୍ଟେମ୍ବର ୨ ତାରିଖରେ ସିଦ୍ଧାର୍ଥଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବାର ଦୁଃଖଦ ଖବର ଆସିଥିଲା।
ସିଦ୍ଧାର୍ଥଙ୍କ ପରେ ଶେହନାଜଙ୍କ ନାମ ରାଘବ ଜୁୟାଲଙ୍କ ସହିତ ଯୋଡ଼ା ଯାଇଥିଲା। କିନ୍ତୁ ଏ ସମ୍ପର୍କକୁ ନେଇ ଦୁହିଁଙ୍କ ମଧ୍ୟରେ କେବଳ ବନ୍ଧୁତା ଅଛି ବୋଲି ରାଘବ ଓ ଶେହନାଜ ପ୍ରତିକ୍ରିୟା ଦେଇଥିଲେ।