ଗାୟିକା ଭାବେ ବଲିଉଡରେ ଡେବ୍ୟୁ କଲେ ଶେହନାଜ୍ ଗିଲ୍

ମୁମ୍ବାଇ: ଗାୟିକା ଭାବେ ବଲିଉଡରେ ଡେବ୍ୟୁ କଲେ ପଞ୍ଜାବୀ ଗାୟିକା ଶେହନାଜ୍ ଗିଲ୍। ପୂର୍ବରୁ ସେ ପଞ୍ଜାବୀ ଗୀତ ଗାଉଥିବା ବେଳେ ରିୟାଲିଟି ସୋ’ ବିଗ୍ ବସରେ ତାଙ୍କୁ ପ୍ରତିଯୋଗୀ ଭାବେ ଆସିବ‌ାର ସୁଯୋଗ ମିଳିଥିଲା। ଏହା ପରଠାରୁ ତାଙ୍କ ‌ଲୋକପ୍ରିୟତା ଏଭଳି ବଢ଼ିଲା ଯେ, ସେ ବଲିଉଡ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ଫିଲ୍ମ ପରେ ଏବେ ‌ସେ ବଲିଉଡରେ ଗାୟିକା ଭାବେ ଡେବ୍ୟୁ କରିଥିବା ଜଣାପଡ଼ିଛି।

ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇସାରିଥିବା ଫିଲ୍ମ ପାଟନା ଶୁକ୍ଲାରେ ଶେହନାଜ ଗୀତ ଗାଇଛନ୍ତି। ଗୀତର ନାମ ରହିଛି ଦିଲ୍ କ୍ୟା ଇରାଦା ତେରା। ଏହାର ଭିଡିଓ ଇନଷ୍ଟାରେ ସେୟାର କରି ସେ ‌ଲେଖିଛନ୍ତି, ପ୍ରଥମ ଥର ପାଇଁ ବଲିଉଡର କୌଣସି ଫିଲ୍ମରେ ଗୀତ ଗାଇଛି। ଏହି ସୁଯୋଗ ଦେଇଥିବାରୁ ମୁଁ ଅରବାଜ୍ ଖାନଙ୍କୁ ଧନ୍ୟବାଦ ଜଣାଉଛି।

 

View this post on Instagram

 

A post shared by Shehnaaz Gill (@shehnaazgill)

ଶେହାନାଜଙ୍କୁ ଶେଷ ଥର ପାଇଁ ଥାଙ୍କ ୟୁ ଫର୍ କମିଙ୍ଗ ଫିଲ୍ମରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ଅନିଲ କପୁର, ଭୂମି ପେଡନେକର, ଡଲି ସିଂ, କୁଶା କପିଲା ଏବଂ ଶିବାନୀ ବେଦୀ ମଧ୍ୟ ଅଭିନୟ କରିଥିଲେ। ପଞ୍ଜବୀ ମ୍ୟୁଜିକ୍ ଭିଡିଓ ସହ ସେ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଏହା ସହ ରାପର ବାଦଶାହଙ୍କ ସହ ମଧ୍ୟ ତାଙ୍କର ମ୍ୟୁଜିକ୍ ଭିଡିଓ ଆସିସାରିଛି।

ସମ୍ବନ୍ଧିତ ଖବର