ନୂଆଦିଲ୍ଲୀ: ବିଗବସ ଫେମ ଓ ଅଭିନେତ୍ରୀ ଶେହନାଜ ଗିଲଙ୍କ ଅସୁବିଧା ଥମିବାର ନାମ ନେଉ ନାହିଁ। ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଶେହନାଜ ନିଜ ମନକୁ ଦୃଢ଼ କରି କାମକୁ ଫେରିଛନ୍ତି। ଏଭଳି ସମୟରେ ଖବର ଆସିଛି କି ଶେହନାଜଙ୍କ ବାପା ସନ୍ତୋଖ ସିଂହ ସୁଖଙ୍କ ଉପରେ ଆକ୍ରମଣ କରାଯାଇଛି। ଶେହନାଜ ଗିଲଙ୍କ ବାପା ଅମୃତସରରୁ ବ୍ୟାସ ଯାଉଥିଲେ। ଏହି ସମୟରେ ରାସ୍ତାରେ କିଛି ଯୁବକ ତାଙ୍କ ଉପରେ ଗୁଳିମାଡ଼ କରିଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, ଡିସେମ୍ବର ୨୫ରେ ଶେହନାଜ ଗିଲଙ୍କ ବାପା ଗାଡ଼ିର ବସି ଯାଉଥିଲେ। ଏହି ସମୟରେ ସେ ତାଙ୍କ ଗାଡ଼ି ଏକ ଢ଼ାବାରେ ଅଟକାଇଥିଲେ। ଏତିକି ବେଳେ କିଛି ଯୁବକ ମିଶି ତାଙ୍କ ଉପରେ ଆକ୍ରମଣ କରିଥିଲେ।
/sambad/media/post_attachments/acb4177ccf74a36e501233d54782e30dbd2371393b4a1a8c1fd102765a3dd94d.jpg)
ଏହି ଘଟଣାକୁ ନେଇ ଶେହନାଜ ଗିଲଙ୍କ ବାପା ସନ୍ତୋଖ ସିଂହ କହିଛନ୍ତି, ୱାସରୁମ ଯିବାକୁ ସେ ରାସ୍ତାରେ ଏକ ଢ଼ାବାରେ ଅଟକିଥିଲେ। ତାଙ୍କ ସହିତ ତାଙ୍କ ବାଉନସର ବି ଥିଲେ। ଏହି ସମୟରେ ବାଇକରେ ବସିଥିବା କିଛି ଯୁବକ ତାଙ୍କ ପାଖକୁ ଆସି ଗୁଳିମାଡ଼ କରିଥିଲେ। ଏତିକି ବେଳେ ବାଉନସର ତାଙ୍କୁ ବଞ୍ଚାଇବାକୁ ସାମ୍ନାକୁ ଆସିଲା ବେଳେ ଗୁଳି ଚଳାଇଥିବା ଯୁବକମାନେ ସେଠାରେ ଫେରାର ହୋଇ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/image-380.png)