ସେହନାଜଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ପ୍ରଶଂସକଙ୍କ ଆଗରେ ଏହି ସର୍ତ୍ତ ରଖିଲେ ଚୁଲ୍‌ବୁଲି ନାୟିକା; ତାଙ୍କୁ ଯିଏ ବିବାହ କରିବ…

ମୁମ୍ବାଇ: ଚୁଲ୍‌ବୁଲି ଅଭିନେତ୍ରୀ ସେହନାଜ୍‌ କୌର୍‌ ଗିଲ୍‌ କିଛି ନା କିଛି କାରଣ ପାଇଁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ସେ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ବେଶ୍‌ ବ୍ୟସ୍ତ ରହିଥାନ୍ତି। ତାଙ୍କ ପାଖରେ ଅନେକ ମଜାଦାର୍‌ ପ୍ରୋଜେକ୍ଟସ ଅଛି। ମାତ୍ର ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପଚାରିଲେ ସେ କ’ଣ କୁହନ୍ତି ଜାଣନ୍ତି? ତାଙ୍କୁ ସୋସିଆଲ୍‌ ମିଡିଆରେ ଜଣେ ପ୍ରଶଂସକ ତାଙ୍କ ବିବାହକୁ ନେଇ ପ୍ରଶ୍ନ କଲେ। ପ୍ରଶଂସକଙ୍କ ପ୍ରଶ୍ନ ଥିଲା କି ବିବାହ କେବେ କରିବ? ବିବାହ କରିବାର ଯୋଜନା ଅଛି ନା ନାହିଁ? ପ୍ରଶଂସକଙ୍କର ଏହି ପ୍ରଶ୍ନରେ ସେହନାଜ୍‌ ଉତ୍ତର ଦେଇଛନ୍ତି ଯେ ‘ପ୍ରଶଂସକ କହୁଛନ୍ତି ମାନେ ତ ବିବାହ କରିବାକୁ ପଡ଼ିବ। ବାୟୋଡାଟା ପଠାନ୍ତୁ। ମାତ୍ର ବିବାହ ପାଇଁ ମୋର କିଛି ସର୍ତ୍ତ ଅଛି। ମୁଁ ଆଦୌ ବି ଭଲ ଶ୍ରୋତା ନୁ‌ହେଁ। ମୁଁ କାହା କଥା ଶୁଣିବା ନାହିଁ। ମୋତେ ଯିଏ ବିବାହ କରିବ ସେ ମୋ କଥା ଶୁଣିବ। ଦିନ ଯାକ ମୋର ପ୍ରଶଂସା କରିବାକୁ ହେବ। କାହିଁକି ମୋତେ ବିବାହ କରିବାକୁ ଚାହୁଁଛ? ଫଶିଯିବ ୟାର୍‌।

ଉଲ୍ଲେଖଯୋଗ୍ୟ, ଟେଲିଭିଜନ୍‌ର ବାସ୍ତବଧର୍ମୀ ଧାରାବାହିକ ‘ବିଗ୍‌ ବସ୍‌-୧୩’ ମାଧ୍ୟମରେ ଲୋକଲୋଚନକୁ ଆସିଥିବା ଅଭିନେତ୍ରୀ, ଗାୟିକା ତଥା ମଡେଲ୍‌ ସେହନାଜ୍‌ କୌର ଗିଲ୍‌ ଫିଲ୍ମ ଜଗତ୍‌ରେ ସେପରି ପକ୍କା ସଉଦା କରିନପାରି ଥିବା ବେଳେ ବିଭିନ୍ନ ସଂଗୀତ ଭିଡିଓରେ ଦର୍ଶକଙ୍କୁ କିମିଆଁ କରି ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। ଚଳିତବର୍ଷ ଆରମ୍ଭରେ ସେରଶାହ ଫିଲ୍ମର ‘ରାଞ୍ଝା’ ଗୀତରେ ସେ ପରଷିଥିବା ତାଙ୍କ କଣ୍ଠର ନିଆରା ଯାଦୁ ପ୍ରଶଂସକମାନଙ୍କୁ ଏପରି ମତୁଆଲା କରିଦେଇଥିଲା ଯେ, ସଂଗୀତ ଦୁନିଆଁରେ ରାଜ୍‌ କରିବାକୁ ପ୍ରକୃତ ସାମ୍ରାଜ୍ଞୀ ଫେରି ଆସିଛନ୍ତି ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରି ଦେଇଥିଲେ।

ସମ୍ବନ୍ଧିତ ଖବର