ସଲ୍‌ମାନଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ରୁ ବାଦ୍‌ ପଡ଼ିଲେ କି ଶେହେନାଜ୍‌ ଗିଲ୍?

ମୁମ୍ବାଇ: ବିଗ୍ ବସ-୧୩ର ପ୍ରତିଯୋଗୀ ଶେହନାଜ ଗିଲ ବିଗ୍ ବସ୍ ୧୩ରୁ ଲୋକପ୍ରିୟ ହୋଇଥିବା ବେଳେ ଅଭିନେତା ସଲ୍‌ମାନ ଖାନ୍‌ ତ‌ାଙ୍କୁ ବଲିଉଡ୍‌ରେ ଡେବ୍ୟୁ କରାଇବାକୁ ଯାଉଛନ୍ତି ବୋଲି ନିକଟରେ ଚର୍ଚ୍ଚା ହେଉଥିଲା। ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ଶେହନାଜ ଗିଲ ସଲମାନ ଖାନଙ୍କ ସହ ସ୍କ୍ରିନ ସେୟାର କରିଥାନ୍ତେ। ମାତ୍ର ଏବେ ସେହି ଘଟଣା ନୂଆ ମୋଡ଼ ନେଇଛି।

ସଲ୍‌ମାନଙ୍କ ‘କଭି ଇଦ୍‌ କଭି ଦିୱାଲି’ରେ ଚଳଚ୍ଚିତ୍ରରୁ ଶେହନାଜ୍‌ ବାଦ ପଡ଼ିପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଏନେଇ ଏଯାଏ କିଛି ସ୍ପଷ୍ଟ ହୋଇନାହିଁ। ଏପଟେ ଆହୁରି କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ ଏହା ଏକ ଗୁଜବ ମାତ୍ର। ସେହେନାଜ୍‌ଙ୍କୁ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଏପରିକି ସେ ଚଳଚ୍ଚିତ୍ର ପାଇଁ ସୁଟିଂ ବି ଆରମ୍ଭ କରି ସାରିଛନ୍ତି।

ଫିଲ୍ମ ‘କଭି ଇଦ୍ କଭି ଦିୱାଲି’ରେ ତାଙ୍କୁ ଅଭିନେତା ରାଘବ ଜୁୟାଲ୍‌ଙ୍କ ସହ ଦେଖିବାକୁ ମିଳିବ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସଲମାନ ଖାନ୍ ଓ ଅଭିନେତ୍ରୀ ପୂଜା ହେଗଡେ।

ନିକଟ ଅତୀତରେ ଦିଲଜିତ ଦୋସାଞ୍ଜଙ୍କ ବିପକ୍ଷରେ ଫିଲ୍ମ ‘ହୋନ୍ସଲା ରଖ’ରେ ଶେହନାଜ ଗିଲଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମରେ ତାଙ୍କର ଚରିତ୍ର ଏବଂ ଅଭିନୟକୁ ପ୍ରଶଂସକମାନେ ଖୁବ ପ୍ରଶଂସା କରିଥିଲେ। ଯଦି ଏହି ଖବର ସତ ହୁଏ ତେବେ ‘କଭି ଇଦ୍ କଭି ଦିୱାଲି’ ଜରିଆରେ ଶେହନାଜ ବଲିଉଡରେ ଡେବ୍ୟୁ କରିବେ। ‘କଭି ଇଦ୍ କଭି ଦିୱାଲି’ ୨୦୨୩ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର