ଚୁଲବୁଲି ଅନ୍ଦାଜରେ ଶେହନାଜ ଗିଲ୍
ଚୁଲବୁଲି ଅନ୍ଦାଜରେ ସମସ୍ତ ହୃଦୟରେ ରାଜ୍ କରନ୍ତି ପଞ୍ଜାବର କ୍ୟାଟ୍ରିନା କୈଫ ନାମରେ ପରିଚିତ ଶେହନାଜ ଗିଲ୍ । ଦିନକୁ ଦିନ ବଢ଼ିବାରେ ଲାଗିଛି ଶେହନାଜଙ୍କ ଲୋକପ୍ରିୟତା ।
ଚୁଲବୁଲି ଅନ୍ଦାଜରେ ସମସ୍ତ ହୃଦୟରେ ରାଜ୍ କରନ୍ତି ପଞ୍ଜାବର କ୍ୟାଟ୍ରିନା କୈଫ ନାମରେ ପରିଚିତ ଶେହନାଜ ଗିଲ୍ । ଦିନକୁ ଦିନ ବଢ଼ିବାରେ ଲାଗିଛି ଶେହନାଜଙ୍କ ଲୋକପ୍ରିୟତା ।
ଶେହନାଜଙ୍କ ସୁନ୍ଦରତା ଏବଂ ତାଙ୍କ ଚୁଲବୁଲି ଅନ୍ଦାଜରେ ଲକ୍ଷ ଲକ୍ଷ ପ୍ରସଂଶକ ଫିଦା । କେବଳ ସେତିକି ନୁହେଁ ତାଙ୍କ କଥା କହିବା ଶୈଳୀ ସମସ୍ତଙ୍କୁ କରେ ଆକର୍ଷଣ ।
ପଞ୍ଜାବରେ ଚାଲିଥିବା ବନ୍ୟା ଯୋଗୁଁ ଶେହନାଜ ଗିଲଙ୍କ ଅଭିନୀତ ପଞ୍ଜାବୀ ଚଳଚ୍ଚିତ୍ର 'ଇକ୍ କୁଡି'ର ମୁକ୍ତିଲାଭ ସ୍ଥଗିତ ରଖାଯାଇଛି । ପ୍ରଥମେ ସେପ୍ଟେମ୍ବର ୧୯ରେ ଚଳଚ୍ଚିତ୍ରଟି ବଡ଼ ପରଦାରେ ଆସିବାକୁ ଥିବାବେଳେ ଏବେ ଅକ୍ଟୋବର ୩୧ରେ ମୁକ୍ତିଲାଭ କରିବ।
'ଇକ୍ କୁଡି'ର ସମ୍ପୂର୍ଣ୍ଣ ଟିମ୍ ଏହା କହିଛନ୍ତି ଯେ, ''ପଞ୍ଜାବର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଯୋଗୁଁ ଏହି ଚ୍ୟାଲେଞ୍ଜିଂ ସମୟରେ ଆମ ଲୋକଙ୍କ ସହିତ ଠିଆ ହେବା ଆମର ଦାୟିତ୍ୱ ବୋଲି ଆମେ ଅନୁଭବ କରୁଛୁ।"
ଫିଟନେସ୍ ପରିବର୍ତ୍ତନ ମଧ୍ୟ ଲୋକଙ୍କ ପାଇଁ ଏକ ପ୍ରେରଣାଠାରୁ କମ୍ ନୁହେଁ । ଶେହନାଜଙ୍କ ଫିଟନେସ ବିଷୟରେ କହିବାକୁ ଗଲେ ୬ ମାସରେ ୧୨ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ। ଏଥିସହ ନିଜକୁ ସେ ସମ୍ପୂର୍ଣ୍ଣ ଫିଟ୍ ରଖିଛନ୍ତି ।
ବିଗ୍ ବସ୍ରେ ମୋଟା ଦେଖାଯାଉଥିବା ଶେହନାଜ୍ ଏବେ ସ୍ଲିମ୍ ଟ୍ରିମ୍ । ସେ ବ୍ରେକ୍ଫାଷ୍ଟରେ ମୁଗ, ଦୋସା କିମ୍ବା ମେଥି ପରଟା ଖାଆନ୍ତି । ଏହାବ୍ୟତୀତ ଲଞ୍ଚରେ ପୁଷ୍ଟିକର ଖାଦ୍ୟ ଡାଲି ଏବଂ ଘିଅ ରୁଟି, ଗଜା ସାଲାଡ ଖାଆନ୍ତି। ସନ୍ଧ୍ୟାରେ ଘିଅରେ ଭଜା ମଖାନା ଖାଇବାକୁ ପସନ୍ଦ କରନ୍ତି।
ତେବେ ସମସ୍ତଙ୍କ ଅପେକ୍ଷା ଶେହାନାଜ ଗିଲଙ୍କ ଫ୍ୟାଶନ ଷ୍ଟାଇଲ୍ ଟିକିଏ ଭିନ୍ନ । ଏହି ଭିନ୍ନ ପୋଷାକ ସହିତ ଶେହନାଜ ଏକ ନାଲ ରଙ୍ଗର ଡ୍ରେସ୍ରେ ନଜର ଆସିଥିଲେ । ବୋଲ୍ଡ ଅନ୍ଦାଜରେ ତାଙ୍କୁ ବେଶ ପସନ୍ଦ କରିଥିଲେ ପ୍ରଶଂସକ ।
୧୯୯୪ ମସିହା ଜାନୁଆରୀ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ଶେହନାଜ ଗିଲ୍ । ସେ ପଞ୍ଜାବୀ ଓ ହିନ୍ଦୀ ଭାଷାରେ ଚଳଚ୍ଚିତ୍ର ଏବଂ ମ୍ୟୁଜିକ୍ ଭିଡିଓ କରିଛନ୍ତି । ବିଗ୍ ବସ୍-୧୩ରେ ଆସିବା ପରେ ସେ ଅଧିକ ଲୋକପ୍ରିୟ ହୋଇପଡ଼ିଥିଲେ ।