ଆଜିକା କଳାକାର ଗଣମାଧ୍ୟମକୁ ଡାକନ୍ତି ଓ ପରେ ଆଶ୍ଚର୍ଯ୍ୟ ହେବାର ନାଟକ କରନ୍ତି: ଶେଖର ସୁମନ

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ସିରିଜ୍ ‘ହିରାମଣ୍ଡି’ ଏବେ ଚର୍ଚ୍ଚାରେ। ସିରିଜର ଟ୍ରେଲର ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ସିରିଜଟି ଆସନ୍ତାକାଲି ନେଟଫ୍ଲିକ୍ସରେ ରିଲିଜ୍ ହେବ। ଏଥିରେ ବଲିଉଡ ଅଭିନେତା ଶେଖର ସୁମନ ‘ଜୁଲଫିକର’ ଚରିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ସହ ତାଙ୍କ ପୁଅ ଅଧ୍ୟୟନ ସୁମନ ମଧ୍ୟ ଏହି ସିରିଜରେ ନଜର ଆସିବେ। ସିରିଜ୍ ରିଲିଜ୍ ପୂର୍ବରୁ ଶେଖର ସୁମନ ଆଜିର ଯୁବ କଳାକାରମାନଙ୍କୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି ଯେ, “ଏବେ ଅନେକ ଭଲ ଜିନିଷ ଅଛି। କିନ୍ତୁ ଅନେକ ତ୍ରୁଟି ମଧ୍ୟ ରହିଛି। ଆଜିର ଯୁବ କଳାକାରମାନେ ସେମାନଙ୍କ ଜୀବନରେ ଖୁବ୍ ଶୀଘ୍ର ଲୋକପ୍ରିୟତା ଚାହାଁନ୍ତି। ସେମାନେ ରାତାରାତି ଷ୍ଟାରଡମ୍ ଚାହାଁନ୍ତି। ସେମାନେ ସବୁ ସ୍ଥାନରେ ଦେଖିଯିବାକୁ ଚାହାଁନ୍ତି, ସମସ୍ତେ ସେମାନଙ୍କ ବିଷୟରେ କଥା ହୁଅନ୍ତୁ ବୋଲି ଚାହାନ୍ତି। ପ୍ରତିଦିନ ଅନେକ ରିଲ୍ ତିଆରି ହେଉଛି। ଲୋକେ ଦେଖି ଦେଖି ଥକି ଗଲେଣି ଆଉ ଏମାନେ ରିଲ୍ କରି କରି ଥକି ଗଲେଣି। କଳାକାରମାନଙ୍କୁ ସେମାନଙ୍କ ଘର, ବିମାନବନ୍ଦର ଏବଂ ଜିମରୁ ବାହାରୁଥିବାର ଦେଖିବାକୁ ମିଳେ। ନିଜେ ଗଣମାଧ୍ୟକୁ ଡାକିଥାନ୍ତି, ହେଲେ କ୍ୟାମେରା ଦେଖି ଏଭଳି ଆଶ୍ଚର୍ଯ୍ୟ ହୁଅନ୍ତି ‌ଯେମିତି କିଛି ଜାଣି ନାହାନ୍ତି।”

ସମ୍ବନ୍ଧିତ ଖବର