ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଅଙ୍ଗରକ୍ଷୀ, ଶେରାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ସବୁବେଳେ ଛାଇ ହୋଇ ଅଭିନେତାଙ୍କ ସହିତ ରୁହନ୍ତି । ଶେରା, ସଲମାନଙ୍କ ସୁରକ୍ଷାରେ ନିୟୋଜିତ ହେବାକୁ ୨୯ବର୍ଷ ହୋଇଗଲାଣି। ୧୯୯୫ରେ ସେ ସଲମାନଙ୍କ ସୁରକ୍ଷା ଦଳରେ ଯୋଗଦେଇଥିଲେ। ସେବେଠାରୁ ସେ ସଲମାନଙ୍କ ସହ ରହି ତାଙ୍କର ଅତି ଖାସ୍ ହୋଇଯାଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଶେରା ସଲମାନ ଖାନଙ୍କ ସହ ତାଙ୍କର ଗଭୀର ବନ୍ଧୁତା ବିଷୟରେ କହିଥିଲେ। ଏହା ସହ ତାଙ୍କ ପରି କେହି ସଲମାନଙ୍କୁ ସୁରକ୍ଷା ଦେଇପାରିବେ ନାହିଁ ଓ ସମ୍ଭାଳିପାରିବେ ନାହିଁ ବୋଲି କହିଥିଲେ ଶେରା।
ଜୁମକୁ ଦେଇଥିବା ଏକ ସାକ୍ଷାତକାରରେ ଶେରା ପ୍ରକାଶ କରିଥିଲେ ଯେ ସଲମାନ ଖାନଙ୍କ ଭାଇ ସୋହେଲ ଖାନ ହିଁ ତାଙ୍କୁ ଏହି ଚାକିରି ପାଇଁ ପ୍ରସ୍ତାବ ଦେଇଥିଲେ। ଶେରା କହିଥିଲେ, “ମୁଁ ପ୍ରଥମ ଥର ପାଇଁ ଏକ ଶୋ’ରେ ତାଙ୍କୁ ଭେଟିଥିଲି ଏବଂ ସୋହେଲ ଭାଇ ମୋତେ ଡାକିଥିଲେ। ସଲମାନ ଭାଇ ଏକ ଷ୍ଟେଜ୍ ସୋ’ କରିବାର ଥିଲା। ସେଠାରେ କିଛି ସମସ୍ୟା ଥିବାରୁ ସୋହେଲ ଭାଇ ମୋତେ ଡାକି କହିଥିଲେ ମୋ ଭାଇ ପାଇଁ ସୁରକ୍ଷା ଆବଶ୍ୟକ । ତୁମେ ତାଙ୍କ ସୁରକ୍ଷା ଦାୟିତ୍ବ ନେବ କି? ଏହି ପ୍ରସ୍ତାବ ପାଇଁ ମୁଁ ହଁ ଭରିଥିଲି। ଧୀରେ ଧୀରେ ମୁଁ ଭାଇଙ୍କ ସହିତ ସବୁ ସ୍ଥାନକୁ ଯିବା ଆରମ୍ଭ କଲି। ସମୟ ସହ ଆମ ବନ୍ଧୁତା ବଢ଼ିଲା ଏବଂ ସେ ମୋ ଉପରେ ବିଶ୍ବାସ କରିବା ଆରମ୍ଭ କରିଥିଲେ । ମୁଁ ତାଙ୍କୁ କଥା ଦେଇଥିଲି ଯେ, ମରିବା ଯାଏ ମୁଁ ଆପଣଙ୍କ ସହ ରହିବି ଓ ଆପଣଙ୍କୁ ସୁରକ୍ଷା ଦେବି ।
ସେ ଆହୁରି କହିଛନ୍ତି ଯେ, ମୁଁ ରହିବା ଭିତରେ ଅନେକ ଅଙ୍ଗରକ୍ଷୀ ବଦଳିଛନ୍ତି । କିନ୍ତୁ ଏନେଇ ମୁଁ କେବେ ଡରିନାହିଁ। କାରଣ ମୁଁ ଜାଣିଛି ଯେ, ମୋ ଭଳି ସଲମାନ ଭାଇଙ୍କୁ କେହି ସମ୍ଭାଳିପାରିବେ ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/Aqd36ImVk0PRBMxyBsay.jpg)