ମୁମ୍ବାଇ: ଯେବେଠାରୁ ରାଜ କୁନ୍ଦ୍ରାଙ୍କ ନାମ ଅଶ୍ଳୀଳ ଭିଡିଓ ମାମଲାରେ ଅସିଲାଣି ସେବେଠାରୁ ସର୍ଲିନ ଚୋପ୍ରା ଲଗାତର ଭାବେ ରାଜ କୁନ୍ଦ୍ରାଙ୍କୁ ଆକ୍ରମଣ କରିବାରେ ଲାଗିଛନ୍ତି । ଏବେ ସର୍ଲିନ ଚୋପ୍ରା ରାଜକୁନ୍ଦ୍ରା ଓ ତାଙ୍କ ଅଭନେତ୍ରୀ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ସୋସିଆଲ ମିଡିରେ ସୂଚନା ଦେଇଛନ୍ତି ସର୍ଲିନ ।
Sambad is now on WhatsApp
Join and get latest news updates delivered to you via WhatsApp
ସର୍ଲିନ ଚୋପ୍ରା ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ଭିଡିଓ ସେୟାର କରି କହିଛନ୍ତି କି “ଆଜି ମୁଁ ମୋଇ ଆଇନ ପରାମର୍ଶଦାତାଙ୍କ ସହ ଜୁହୁ ପୁଲିସ ଷ୍ଟେସନ ଯାଇ ଶିଳ୍ପା ଓ ରାଜଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛି ।” ସେ ଆହୁରି କହିଛନ୍ତି କି ରାଜ କୁନ୍ଦ୍ରା ଝିଅମାନଙ୍କର ଅଶ୍ଳୀଳ ଭିଡିଓ ସୁଟିଂ କରି ସେମାନଙ୍କ ପେମେଣ୍ଟ କରି ନାହାଁନ୍ତି , ସେମାନଙ୍କୁ ରାଜ ଠକିଛନ୍ତି । ସେ ରାଜକୁନ୍ଦ୍ରାଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ ଆପଣ କାହିଁକି ସେମାନଙ୍କ ଚରିତ୍ର ସହ ଖେଳ ଖେଳି ସେମାନଙ୍କୁ ଠକୁଛନ୍ତି । ଏହାକୁ କ’ଣ ପ୍ରକୃତରେ ବ୍ୟବସାୟ କୁହାଯାଏ ?
आज मैं अपनी कानूनी टीम के साथ जुहू पुलिस स्टेशन पर गई थी राज कुंद्रा और शिल्पा शेट्टी के खिलाफ़ शिकायत दर्ज कराने।@TheShilpaShetty pic.twitter.com/46TkiXTs6t
— Sherlyn Chopra 🇮🇳 (@SherlynChopra) October 14, 2021
ଏନେଇ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସର୍ଲିନ କାନ୍ଦି ପକାଇଥିଲେ । ସେ ରାଜ କୁନ୍ଦ୍ରାଙ୍କ ଉର୍ଦ୍ଦେଶ୍ୟରେ କହିଥିଲେ କି “ଆପଣ ଯଦି ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଟାଟା କେମିତି ବ୍ୟବସାୟ କରୁଛି ଯାଇ ଦେଖିଆସ, ଟାଟା ତାର ଚାକିରୀଆ ମାନଙ୍କୁ ଯାହା ପ୍ରତିଶ୍ରୁତି ଦେଇଥାଏ ତାହା ପାଳନ କରେ , ହେଲେ ଆପଣ କଳାକାରଙ୍କ ଶରୀରକୁ ନେଇ ବ୍ୟବସାୟ କରିବା ପରେ ବି ସେମାନଙ୍କୁ ତାଙ୍କର ପ୍ରାପ୍ୟ ଦେଉ ନାହାଁନ୍ତି ଏହା ପରେ ବି ତାଙ୍କୁ ଅଣ୍ଡର ୱାର୍ଲ୍ଡର ଧମକ ଦେଉଛନ୍ତି ”
ସର୍ଲିନ ରାଜଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି କି ମୋତେ ରାଜ ବାରମ୍ବାର ଅଣ୍ଡର ୱାର୍ଲ୍ଡର ଧମକ ଦେଇ ଅଭିଯୋଗ ପ୍ରତ୍ୟାହାର କରିନେବାକୁ କହୁଛନ୍ତି । ଏଭଳି ନକଲେ ମୋତେ ବର୍ବାଦ କରିଦେବାକୁ ରାଜ ବାରମ୍ବାର ଧମକ ଦେଉଛନ୍ତି । ମୁଁ ଦୁର୍ଗା ମା’ଙ୍କ ଆର୍ଶିବାଦ ନେଇ ଆସିଛି ଓ ଏବେଠାରୁ ରାଜଙ୍କୁ ଡରିବା ବନ୍ଦ କରି ତାଙ୍କ ବିରୋଧରେ ମୋ ପାଖରେ ଯେତେ ପ୍ରମାଣ ଅଛି ତାକୁ ସାର୍ବଜନୀନ କରିବାକୁ ଏବେ ସର୍ଲିନ ରାଜ କୁନ୍ଦ୍ରାଙ୍କୁ ଧମକ ଦେଇଛନ୍ତି ।