ଅକ୍ଷୟ କୁମାରଙ୍କ ଅଭିନୟକୁ ନକଲ କରୁଛନ୍ତି ଶିଖର ଧାଓ୍ଵନ୍‌; ଦେଖନ୍ତୁ ମଜାଦାର ଭଡିଓ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ବକ୍ସଅଫିସ୍‌ ହିଟ୍‌ ସିନେମା ଦେଇ ଆସୁଥିବା ବେଳେ ଏବେ ଷ୍ଟାର ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ସୁଟିଂରେ ସେ ବ୍ୟସ୍ତ ଅଛନ୍ତି। ସିନେମା ‘ହାଉସଫୁଲ୍‌ ୪’ ଅକ୍ଟୋବର ୨୫ରେ ସିନେମା ଘରେ ରିଲିଜ ହୋଇଥିଲା । ରିଲିଜର ପ୍ରଥମ ଦିନରୁ ହିଁ ସିନେମା ବକ୍ସ ଅଫିସରେ ନିଜର ପସରା ମେଲାଇ ଥିଲା। ଏପର୍ଯ୍ୟନ୍ତ ସିନେମା ୧୮୫ କୋଟି ଟଙ୍କା ଆୟ କରିସାରିଲାଣି ।

 

View this post on Instagram

 

Bala ke side effects 😂 @akshaykumar @khaleelahmed13 @yuzi_chahal23

A post shared by Shikhar Dhawan (@shikhardofficial) on

ଅନ୍ୟପଟେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ଟିମ୍‌ ଇଣ୍ଡିଆର ଦମଦାର ବ୍ୟାଟ୍‌ସମ୍ୟାନ୍‌ ଶିଖର ଧୱନ ମଧ୍ୟ ଏହି ସିନେମା ପ୍ରତି ପ୍ରଭାବିତ ହୋଇଥିବା ଦେଖିବାକୁ ମିଳୁଛି। ଏହି ସିନେମାରେ ଅକ୍ଷୟ କୁମାରଙ୍କୁ ଭୁଲିବାର ରୋଗ ହୋଇଛି। ଅକ୍ଷୟଙ୍କ ଏହି ଭୂମିକାକୁ ଶିଖର ଧୱନ ନକଳ କରୁଥିବା ସୋସିଆଲ ମିଡିଆରେ ନଜର ଆସୁଛନ୍ତି। ଶିଖର ଧୱନ ଶନିବାର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ତାଙ୍କ ସହିତ ୟୁଜବେନ୍ଦ୍ର ଚହଲ ଓ ଖଲିଲ ଅହମ୍ମଦ ମଧ୍ୟ ନଜର ଆସୁଛନ୍ତି ।

ଏହି ଭିଡିଓରେ ଶିଖର ବିଲକୁଲ୍‌ ଅକ୍ଷୟ କୁମାରଙ୍କୁ ନକଲ କରୁଥିବା ଦେଖିବାକୁ ମିଳୁଛନ୍ତି । ଶିଖରଙ୍କ ଏଭଳି ଅଭିନୟକୁ ଦେଖି ଦର୍ଶକ ହସିହସ ବେଦମ ହୋଇପଡ଼ୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୨୪ ଘଣ୍ଟା ଭିତରେ ଭିଡିଓକୁ ୭ ଲକ୍ଷରୁ ଅଧିକ ବ୍ୟବହାରକାରୀ ଦେଖିସାରିଲେଣି ।

ସମ୍ବନ୍ଧିତ ଖବର