ବଲିଉଡ୍ର ଅନ୍ୟତମ ରୋମାଣ୍ଟିକ୍ ଚଳଚ୍ଚିତ୍ର ‘ଧଡକନ୍’ର କଳାକାର ସୁନୀଲ୍ ସେଟ୍ଟୀ ଓ ଶିଳ୍ପା ସେଟ୍ଟୀଙ୍କୁ ବହୁ ବର୍ଷ ପରେ ଏକାଠି ଦେଖିବାକୁ ମିଳିଛି। ଅଭିନୟ ଜଗତରେ ବିଶେଷ ସଫଳତା ନ ପାଇବା ପରେ ଉଭୟେ ଚଳଚ୍ଚିତ୍ର ଦୁନିଆରୁ ଦୂରେଇ ଯାଇଥିଲେ। ସେଥିପାଇଁ ଉଭୟଙ୍କୁ ଏକାଠି କୌଣସି ସୋ’ ବା ଉତ୍ସବରେ ଦେଖିବାକୁ ମିଳୁନଥିଲା। ତେବେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସୁନୀଲ ଓ ଶିଳ୍ପାଙ୍କ ସମେତ ‘ଧଡକନ୍’ର କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କୁ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଶିଳ୍ପା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହିତ ଧଡକନ୍ର ପୁନଃ ଏକତ୍ରୀକରଣ ହୋଇଥିବା ଲେଖିଛନ୍ତି। ଅପରପକ୍ଷରେ ଚଳଚ୍ଚିତ୍ରର ଅନ୍ୟତମ ମୁଖ୍ୟ କଳାକାର ଅକ୍ଷୟ କୁମାର ଫଟୋରେ ନଥିବାରୁ ପ୍ରଶଂସକମାନେ ମିଷ୍ଟର୍ ଖିଲାଡିଙ୍କୁ ମିସ୍ କରୁଥିବା କହିଛନ୍ତି।
ଦୀର୍ଘ ବର୍ଷ ପରେ ଏକାଠି ହେଲେ ଶିଳ୍ପା ଓ ସୁନୀଲ
/sambad/media/post_attachments/wp-content/uploads/2021/02/parada-silpa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)