ଏସବୁ କରିବା କ’ଣ ଦରକାର ଥିଲା? ଅଶ୍ଳୀଳ ଭିଡିଓ ମାମଲାରେ ସ୍ବାମୀଙ୍କୁ ବର୍ଷିଲେ ଶିଳ୍ପା

ମୁମ୍ବାଇ: ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରା ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ମୁମ୍ବାଇ ପୁଲିସ ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଘରେ ପହଞ୍ଚିବାରୁ ସମସ୍ତଙ୍କ ସମ୍ମୁଖରେ ଶିଳ୍ପା ତାଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ଶିଳ୍ପା କୁନ୍ଦ୍ରାଙ୍କୁ ପଚାରିଥିଲେ, ଆମ ପାଖରେ ସବୁକିଛି ଅଛି। ତା’ପରେ ବି ଏସବୁ କରିବା କ’ଣ ଦରକାର ଥିଲା?

ଅଶ୍ଳୀଳ ଭିଡିଓ କେସ୍‌ରେ ରାଜ କୁନ୍ଦ୍ରା ଗିରଫ ହେବାପରେ ଶିଳ୍ପା ଖୁବ୍‌ ଭାଙ୍ଗି ପଡ଼ିଛନ୍ତି। ପ୍ରତିଦିନ ଶିଳ୍ପାଙ୍କୁ ବିଭିନ୍ନ କଥା ଶୁଣିବାକୁ ପଡ଼ୁଛି ଏବଂ ନାନା ପ୍ରଶ୍ନର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ମୁମ୍ବାଇ ପୁଲିସ କୁନ୍ଦ୍ରାଙ୍କୁ ସାଙ୍ଗରେ ନେଇ ତାଙ୍କ ବାସଭବନକୁ ଯାଇଥିଲେ। ପୁଲିସ ତାଙ୍କ ଘର ତଲାସୀ ନେବା ସହ ଶିଳ୍ପାଙ୍କ ବୟାନ ରେକର୍ଡ କରିଥିଲା। ଶିଳ୍ପା ସ୍ବାମୀଙ୍କୁ ଦେଖିବା ମାତ୍ରେ କାନ୍ଦି ପକାଇଥିଲେ ଏବଂ କ୍ଷୋଭରେ କହିଥି‌ଲେ, ଭଗବାନ ଆମକୁ ସବୁକିଛି ଦେଇଛନ୍ତି। ତା’ପରେ ବି ଏସବୁ କରିବା କ’ଣ ଦରକାର ଥିଲା। ଏଥିପାଇଁ ସମାଜରେ ଆମ ପରିବାର ନିନ୍ଦିତ ହେଲା। ମୋତେ ମଧ୍ୟ କେତୋଟି ପ୍ରୋଜେକ୍ଟ ଛାଡ଼ିବାକୁ ପଡ଼ିଲା ବୋଲି କୋହଭରା କଣ୍ଠରେ ଶିଳ୍ପା କୁନ୍ଦ୍ରାଙ୍କୁ କହିଥିଲେ।

ସୂଚନାଯୋଗ୍ୟ ଯେ ଅଶ୍ଳୀଳ ଭିଡିଓ ମାମଲାରେ ଏଯାଏଁ ଶିଳ୍ପାଙ୍କ ଭୂମିକା ନେଇ କୌଣସି ପ୍ରମାଣ ମିଳିନାହିଁ। ହେ‌ଲେ ୨୦୨୦ରେ ବିୟାନ କମ୍ପାନିର ଡାଇରେକ୍ଟର ପଦବିରୁ ଶିଳ୍ପା କାହିଁକି ଇସ୍ତଫା ଦେଇଥିଲେ ସେ ନେଇ ଛାନ୍‌ଭିନ୍‌ କରୁଛି ପୁଲିସ।

ସମ୍ବନ୍ଧିତ ଖବର