ମାସକ ପରେ ଶିଳ୍ପା ପୁଣି ‘ସୁପର ଡ୍ୟାନ୍ସର୍’ ଚାପ୍ଟର-୪ର ବିଚାରକ ଆସନକୁ ଫେରିଛନ୍ତି। ଆସୁ ଆସୁ ଷ୍ଟୁଡିଓ ଭିତରେ ଶିଳ୍ପା ସୁଟିଂରେ ଲାଗି ପଡ଼ିଛନ୍ତି। ପ୍ରଯୋଜକ ରଞ୍ଜିତ ଠାକୁର କହିଛନ୍ତି, ଶିଳ୍ପାଙ୍କ ବ୍ୟକ୍ତିଗତ ଜୀବନରେ ଯାହା ଘଟୁ, ଆମର ସେଥିରେ କିଛି ମତଲବ ନାହିଁ। ହେଲେ ଲୋକପ୍ରିୟ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ‘ସୁପର ଡ୍ୟାନ୍ସର’ ଚାପ୍ଟର-୪ରେ ସେ ବିଚାରକ ଆସନରେ ନ ବସିଲେ କାର୍ଯ୍ୟକ୍ରମ ପ୍ରତିଯୋଗୀ, ଅତିଥି ଓ ଦର୍ଶକ କାହା ପାଇଁ ମଜାଦାର ହେବ ନାହିଁ।
ଏଇ ମାସ ପ୍ରଥମାର୍ଦ୍ଧରେ ଶିଳ୍ପା କହିଥିଲେ, ତାଙ୍କ ସ୍ବାମୀ ଆପରାଧିକ ମାମଲାରେ ଛନ୍ଦି ହୋଇଛନ୍ତି। ଏହା ତାଙ୍କ ପାଇଁ ଏକ ପାରିବାରିକ ଘଟଣା, ତେଣୁ ଏଥିରୁ ମୁକ୍ତ ହେବା ଓ ଏଭଳି କାମରୁ ନିବୃତ ରହିବାକୁ ସେ ଆଇନଗତ ଭାବେ ସବୁ ପନ୍ଥା ଅବଲମ୍ବନ କରିସାରିଛନ୍ତି। ଏପରିକି ଗଣମାଧ୍ୟମ ଓ ସର୍ବସାଧାରଣଙ୍କୁ ସେ ନିବେଦନ କରିଥିଲେ ଯେ ସ୍ବାମୀ ରାଜ୍ଙ୍କ ଘଟଣାକୁ ଆଉ ପ୍ରଘଟ ବା ଆଲୋଚନା କରନ୍ତୁ ନାହିଁ, କାରଣ ପରିବାର ଭିତରେ ମୁଁ ଜଣେ ମା, ଏହା ମୋଠାରୁ ଆହୁରି ଅଧିକ ମୋର ସନ୍ତାନମାନଙ୍କୁ ପ୍ରଭାବିତ କରିବ।
ଶିଳ୍ପା ଆହୁରି ମଧ୍ୟ କହିଛନ୍ତି ମୁଁ ଦେଶର ଆଇନକୁ ସମ୍ମାନ କରେ। ପାଖାପାଖି ୨୯ ବର୍ଷ ହେବ ମୁଁ ଫିଲ୍ମ ଓ ଟେଲିଭିନ୍ ଇଣ୍ଡଷ୍ଟ୍ରିରେ ବୃତ୍ତିଗତ ଭାବେ କାମ କରିଆସୁଛି। ଦର୍ଶକ ମୋତେ ବେଶ୍ ଆଦର ଦେଇଛନ୍ତି। ସେ କହିଛନ୍ତି ଜନତା ମୋ ଜନାର୍ଦ୍ଦନ, ତେଣୁ ମୁଁ ଅନୁରୋଧ କରୁଛି କେହି ସମାଲୋଚନା କରନ୍ତୁ ନାହିଁ ଅପେକ୍ଷା କରନ୍ତୁ ଆଇନର ବିଚାରକୁ ଏବଂ ସମୟକୁ ‘ସତ୍ୟମେବ ଜୟତେ’। ସୂଚନାଯୋଗ୍ୟ, ପର୍ଣ୍ଣ ଫିଲ୍ମ ସୁଟିଂ ଓ ପ୍ରସାରଣ ମାମଲାରେ ଅଭିନେତ୍ରୀ ଶିଳ୍ପୀ ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଗିରଫ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/paada_Shilpa-Shetty-f.jpg)