ଚାକରାଣୀ ସହ ସମ୍ପର୍କକୁ ନେଇ ସ୍ବାମୀଙ୍କୁ ପିଟିଲେ ଶିଳ୍ପା

ଚାକରାଣୀ ସହ ଅନୈତିକ ସମ୍ପର୍କକୁ ନେଇ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କୁ ପିଟିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଏଭଳି ଏକ ଭିଡିଏ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ତେବେ ଏହି ଘଟଣା ସତ ନୁହେଁ, ମନୋରଂଜନ ଉଦ୍ଦେଶ୍ୟରେ ହୋଇଥିବା ଏକ ଟିକ୍‌ଟକ୍‌ ଭିଡିଓ। ଶିଳ୍ପା ଓ ରାଜ୍‌ ଲକ୍‌ଡାଉନ୍‌ ସମୟରେ ଘରେ ବସି ଟିକ୍‌ଟକ୍‌ ଭିଡିଓ କରୁଛନ୍ତି। ତାଙ୍କର ଏହି ଭିଡିଓଗୁଡ଼ିକୁ ବେଶ୍‌ ପସନ୍ଦ କରୁଛନ୍ତି। ଏହିକ୍ରମରେ ସେ ଏବେ ଏହି ଭିଡିଓ କରି ନିଜ ଇଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଭିଡିଓରେ ରାଜ୍‌ ସ୍ବାମୀ ଏବଂ ଶିଳ୍ପା ଉଭୟ ପତ୍ନୀ ଓ ଚାକରାଣୀ ଭୂମିକାରେ ଅଭିନୟ କରିଛନ୍ତି। ଶିଳ୍ପା ଏହି ଭିଡିଓ ସେୟାର୍‌ କରିବାର କିଛି ଘଣ୍ଟା ଭିତରେ ୧.୨ ମିଲିୟନ୍‌ ଲୋକ ଏହାକୁ ଦେଖି ସାରିଛନ୍ତି। ସେହିପରି ତାଙ୍କର ବନ୍ଧୁ ଓ ପ୍ରଶଂସକମାନେ ମଧ୍ୟ ଏହି ଭିଡିଓକୁ ନେଇ ନିଜ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର