ମୁମ୍ବାଇ: ଆଜି ଅର୍ଥାତ୍ ୨୫ ଡିସେମ୍ବରରେ ସମଗ୍ର ବିଶ୍ୱରେ ଖ୍ରୀଷ୍ଟମାସ ପାଳନ କରାଯାଉଛି | ସମସ୍ତେ ଛୁଟିଦିନକୁ ଉପଭୋଗ କରୁଛନ୍ତି ଏବଂ ନିଜ ପରିବାର ବା ବନ୍ଧୁ ମାନଙ୍କ ସହ ସମୟ କଟାଉଛନ୍ତି | ଅନ୍ୟମାନଙ୍କ ଭଳି ବଲିଉଡ୍ର ସେଲିବ୍ରିଟିମାନେ ମଧ୍ୟ ନିଜ ନିଜ ଶୈଳୀରେ ଏହି ଉତ୍ସବକୁ ପାଳନ କରିଥିବା ଦେଖାଯାଇଛି। ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କ ପରିବାର ସହ ଖ୍ରୀଷ୍ଟମାସ କିଭଳି ପାଳନ କରିଥିଲେ ତାହା ଏବେ ସାମ୍ନାକୁ ଆସିଛି |
ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସିକ୍ରେଟ୍ ସାଣ୍ଟା ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ଘରକୁ ଆସିଥିଲେ ବୋଲି ଦେଖାଯାଇଛି | ଭିଡିଓରେ ଦେଖାଯାଇଛି ଯେ, ସାଣ୍ଟା କ୍ଲଜ୍ ଘରେ ପ୍ରବେଶ କରିବା ମାତ୍ରେ ଉଭୟ ଶିଳ୍ପା ଓ ତାଙ୍କ ପିଲାମାନେ ଖୁସି ହୋଇଯାଉଛନ୍ତି । ଏହା ପରେ ସାଣ୍ଟା କ୍ଲଜ୍ ଶିଳ୍ପା-ରାଜଙ୍କ ପିଲାମାନଙ୍କୁ ଅନେକ ଉପହାର ଦେଇ ସେମାନଙ୍କୁ ଖ୍ରୀଷ୍ଟମାସ କାହାଣୀ କହୁଛନ୍ତି । ଉଭୟ ପିଲା ତାଙ୍କ କଥାକୁ ମନ ଦେଇ ଶୁଣୁଛନ୍ତି। ଏହାପରେ ଶିଳ୍ପା ଏବଂ ରାଜ ମଧ୍ୟ ନିଜ ପିଲାମାନଙ୍କ ସହିତ ଖ୍ରୀଷ୍ଟମାସ ଗୀତରେ ନାଚୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/25/TBnPqBaIXXmhCiMn72Gf.jpg)