ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିକଟରେ ତାଙ୍କ ଫେବରାଇଟ୍‌ ଚକୋଲେଟକୁ ଛାଡିବା ପଛର କାରଣ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଶିଳ୍ପା ସେଟ୍ଟୀ ନିଜର ଏକ ଇଚ୍ଛାକୁ ପୁରଣ କରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏଥିପାଇଁ ସେ ଚକୋଲେଟ ଖାଇବା ଛାଡ଼ି ଦେଇଥିଲେ। ଶିଳ୍ପାଙ୍କୁ ଚକୋଲେଟ ଖାଇବା ଖୁବ୍‌ ପସନ୍ଦ। ତେବେ ଶିଳ୍ପା ଯେଉଁ ଇଚ୍ଛା ରଖି ଚକୋଲେଟ ଛାଡ଼ିଥିଲେ ତାହା ପୂରଣ ହୋଇଯାଇଥିଲା ସେତେବେଳେ ସେ ଚକୋଲେଟ ଛାଡ଼ିବା ପାଇଁ ନେଇଥିବା ନିଷ୍ପତ୍ତିକୁ ଭାଙ୍ଗି ଥିଲେ।

Advertisment

ଅର୍ଥାତ୍‌ ତିନିବର୍ଷ ପରେ ତାଙ୍କର ଇଚ୍ଛା ପୂରଣ ହେବା ପରେ ସେ ଚକୋଲେଟ ପୁଣିଥରେ ଖାଇଥିଲେ। ସେ ଚକୋଲେଟ ଖାଉଥିବା ସମୟରେ ନିଜର ଏକ ଭିଡିଓ ବି ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି କି ଶିଳ୍ପା ଚକୋଲେଟ ଖାଇ ଅତ୍ୟନ୍ତ ଭାବୁକ ହୋଇପଡ଼ିଛନ୍ତି ଓ ସେହି ମୁହୂର୍ତ୍ତକୁ ଅନୁଭବକୁ ଶବ୍ଦରେ ପ୍ରକାଶ କରି ପାରିବେ ନାହିଁ ବୋଲି କହୁଛନ୍ତି।