ଅଶ୍ଳୀଳ ଫିଲ୍ମ ନିର୍ମାଣ କରି ହ୍ବାଟସ ଆପରେ ବିକ୍ରି କରିବା ଘଟଣାରେ ଶିଳ୍ପାଙ୍କ ସ୍ବାମୀ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ନେଇ ଏକ ସାଙ୍ଘାତିକ ଅଭିଯୋଗ ଆସିଛି। ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ନେଇ ରାଜଙ୍କୁ ଗତ ସୋମବାର ଗିରଫ କରାଯାଇଛି। ଖବର ଆସିଛି କି ରାଜ କୁନ୍ଦ୍ରା ଏକ ହ୍ବାଟସ ଆପ ଗ୍ରୁପରେ ସାମିଲ ଥିଲେ, ଯେଉଁଥିରେ ଅଶ୍ଳୀଳ ସିନେମା ବ୍ୟବସାୟକୁ ନେଇ ଆଲୋଚନା ହୋଇଥାଏ।

ଏଚ ଆକାଉଣ୍ଟ ନାମରେ ଏହି ହ୍ବାଟସଆପ ଗ୍ରୁପ ତିଆରି ହୋଇଛି। ଏଥିରେ ଅଶ୍ଳୀଳ ସିନେମାର ବ୍ୟବସାୟକୁ ନେଇ ଚର୍ଚ୍ଚା ହୋଇଥାଏ। ଏଥିରେ ପାଖାପାଖି ୫ଜଣ ସାମିଲ ଥିଲେ। ରାଜ ଏଥିରେ ମାର୍କେଟିଂରୁ ଆରମ୍ଭ କରି ମଡେଲରମାନଙ୍କୁ ପାରିଶ୍ରମିକ ଦେବା ସହିତ ରେଭିନ୍ୟୁ କିପରି ବୃଦ୍ଧି କରାଯାଇ ପାରିବ ତାହାକୁ ନେଇ କଥାବର୍ତ୍ତା ହୋଇଥାଆନ୍ତି।

राज

ଅଶ୍ଳୀଳ ଫିଲ୍ମ ନିର୍ମାଣ କରି ହ୍ବାଟସ ଆପରେ ବିକ୍ରି କରୁଥିବା ଘଟଣାରେ ରାଜଙ୍କ ସହିତ ଏଯାବତ ୬ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ୪ଜଣଙ୍କୁ ରାଜଙ୍କ ପୂର୍ବରୁ ହିଁ ଗିରଫ କରାଯାଇଥିଲା। ରିଆନ ନାମକ ବ୍ୟକ୍ତିକୁ ରାଜଙ୍କୁ ଗିରଫ କରିବା ପରେ ପୁଲିସ ଗିରଫ କରିଛି।

ଗିରଫ ବ୍ୟକ୍ତି ଜଣକ ରାଜ କୁନ୍ଦ୍ରାଙ୍କ ସହଯୋଗୀ ବୋଲି କୁହାଯାଉଛି । ଅଭିଯୋଗ ହୋଇଛି ଯେ ରିଆନକୁ ରାଜଙ୍କ ଅଶ୍ଳୀଳ ଭିଡିଓ ଲିଙ୍କଗୁଡିକର ଟେକ୍ନିକାଲ୍ ମାମଲାର ଦାୟିତ୍ୱ ଦିଆଯାଇଥିଲା ।

ରାଇଗଡରୁ ଗିରଫ ହୋଇଥିବା ଅଭିଯୁକ୍ତ ରିଆନ୍ ଥାର୍ପ ରାଜ କୁନ୍ଦ୍ରାଙ୍କ କମ୍ପାନିର ଆଇଟି ମୁଖ୍ୟ ଥିଲେ। ରିଆନ୍ ରାଜ ଏବଂ ଶିଳ୍ପା ଶେଟ୍ଟୀଙ୍କ କମ୍ପାନି ଭିଆନ୍ ଗେମିଂ ପିଭି ଲିମିଟେଡ୍ ଏବଂ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ହେଡ୍ ଅଫ୍ ପ୍ରଡକ୍ଟ ଭାବରେ ଅନେକ ବର୍ଷ କାର୍ଯ୍ୟ କରିଥିଲେ।

ତେବେ ଭାରତୀୟ ସାଇବର ଆଇନରୁ ବର୍ତ୍ତିବା ଲାଗି କୁନ୍ଦ୍ରା ବିଦେଶରେ କମ୍ପାନି ରେଜିଷ୍ଟ୍ରେସନ କରିଥିଲେ। ଏହି କମ୍ପାନିର ନାମ ‘କେନରିନ୍‌’ ରଖିଥିଲେ। କେନରିନକୁ କୁନ୍ଦ୍ରା ଓ ବ୍ରିଟେନରେ ରହୁଥିବା ତାଙ୍କ ଭାଇ ମିଶି ସ୍ଥାପନା କରିଥିଲେ। ଏଥିଲାଗି ଲାଗି ଭିଡିଓ କ୍ଲିପ୍‌ ଭାରତରେ ସୁଟିଂ ହୋଇ ଇଣ୍ଟରନେଟ ଫାଇଲ ଟ୍ରାନ୍ସଫର ସେବା ମାଧ୍ୟମରେ ପଠାଯାଉଥିଲା। ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିରେ କୁନ୍ଦ୍ରାଙ୍କ ପ୍ରାୟ ୧୦ କୋଟି ଟଙ୍କା ନିବେଶ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର