ରାଜ କୁନ୍ଦ୍ରାଙ୍କ ବଢ଼ିଲା ଅସୁବିଧା; ୪ଜଣ ପୂର୍ବତନ କର୍ମଚାରୀ ଦେଲେ ସାକ୍ଷୀ

ନୂଆଦିଲ୍ଲୀ: ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଅସୁବିଧା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅଶ୍ଳୀଳ ଭିଡିଓ ତିଆରି କରିବା ଘଟଣାରେ ତାଙ୍କ କମ୍ପାାନିର ଚାରିଜଣ ପୂର୍ବତନ କର୍ମଚାରୀ ବୟାନ ଦେଇଛନ୍ତି। ଏହି ଘଟଣାକୁ ନେଇ ନୂଆମୋଡ଼ ସାମ୍ନାକୁ ଆସିଛି। ଏବେ ଠାରୁ ରାଜ କୁନ୍ଦ୍ରାଙ୍କ ଅସୁବିଧା ପୁଣି ବଢ଼ି ଯାଇଥିବା କୁହାଯାଉଛି।

ରାଜ କୁନ୍ଦ୍ରାଙ୍କ ବିରୋଧରେ ଏକ ବଡ଼ ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ତାଙ୍କ କମ୍ପାନିର ଚାରିଜଣ ପୂର୍ବତନ କର୍ମଚାରୀ କୋର୍ଟରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ନିଜର ବୟାନ ଦେଇଛନ୍ତି। ଏହି ଚାରିଜଣଙ୍କ ସମ୍ପୂର୍ଣ୍ଣ ସୂଚନା ବି ସାମ୍ନାକୁ ଆସିଛି।  ଚାରିଜଣ କର୍ମଚାରୀ ରାଜକୁନ୍ଦ୍ରାଙ୍କ କମ୍ପାନିରେ କାମ କରୁଥିଲେ। ଯେଉଁମାନେ କି କ୍ରାଇମବ୍ରାଞ୍ଚର ତଦନ୍ତରେ ସାହାଯ୍ୟ କରୁଛନ୍ତି।

ମୁମ୍ବାଇ ପୁଲିସର କହିବାନୁସାରେ, ସାକ୍ଷୀ ରାଜ କୁନ୍ଦ୍ରାଙ୍କ କାମକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଯାହାକୁ ରାଜ କୁନ୍ଦ୍ରାଙ୍କ ପାଇଁ ଏକ ବଡ଼ ଅସୁବିଧା ମୁଣ୍ଡ ଟେକି ପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର