ମୋଦୀଙ୍କ ‘ଫିଟ୍‌ ଇଣ୍ଡିଆ କମିଟି’ରେ ଯୋଗ ଦେଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ମୁମ୍ବାଇ: ଦେଶର ଫିଟ୍‌ ଗର୍ଲ ଭାବେ ପରିଚିତା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍‌ ଇଣ୍ଡିଆ କମିଟିରେ ଯୋଗ ଦେଇଛନ୍ତି। ଦେଶର ନାଗରିକମାନଙ୍କୁ ସୁସ୍ଥ ଜୀବନ ଜିଇବାକୁ ପ୍ରୋତ୍ସାହିତ କରିବା ଏହି କମିଟିର ଲକ୍ଷ୍ୟ।

ଶିଳ୍ପା ଏଥିରେ ଯୋଗ ଦେବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ ତାଙ୍କ ଟ୍ଵିଟ୍‌ର ଆକାଉଣ୍ଟ୍‌ରେ ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ହୋଇଥିବା ଏହି ଫିଟ୍‌ ଇଣ୍ଡିଆ ଆନ୍ଦୋଳନରେ ସାମିଲ୍‌ ହୋଇ ମୁଁ ଅନେକ ଖୁସି। ଆଶା କରୁଛି ଯେ ଏପରି ଏକ ଆନ୍ଦୋଳନକୁ ସଫଳ କରିବା ପାଇଁ ମୋର ଯୋଗଦାନ ଦେଶର ନାଗରିକମାନଙ୍କୁ ମଜାଳିଆ ଓ ସହଜ ଢଙ୍ଗରେ ସୁସ୍ଥ ରହିବାକୁ ପ୍ରୋତ୍ସାହିତ କରିବ।’

ଆପଣ ଜାଣିଥିବେ ନିଶ୍ଚୟ ଯେ ଶିଳ୍ପାଙ୍କୁ ଯୋଗ କୁଇନ୍‌ ବୋଲି କୁହାଯାଏ। ତାଙ୍କର ଯୋଗଶିକ୍ଷା ଦେଉଥିବା ବେଳର ଫଟୋ ଓ  ଭିଡିଓ ଖୁବ୍ ଲୋକପ୍ରିୟ। ଇଣ୍ଟର୍‌ନେଟ୍‌ରେ ଶିଳ୍ପାଙ୍କ ଯୋଗ ଭିଡିଓ ବି ବେଶ୍ ଜନପ୍ରିୟ। ବାବା ରାମଦେବଙ୍କ ସହ ବି ଅଧିକାଂଶ ସମୟ ଦେଖିବାକୁ ମିଳିଛନ୍ତି ଶିଳ୍ପା।

ସମ୍ବନ୍ଧିତ ଖବର