ମୁମ୍ବାଇ : ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ସେ ତାଙ୍କ ଅଭିନୟ ସହ ନିଜର ଫିଟ୍ ଶରୀର ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ଫିଲ୍ମ ବାଜିଗରରୁ ବଲିଉଡ୍ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଶିଳ୍ପାଙ୍କୁ ପ୍ରଥମେ ଆଉ ଏକ ଫିଲ୍ମର ଅଫର କରାଯାଇଥିଲା ବୋଲି ଜଣା ପଡ଼ିଛି । କିନ୍ତୁ କୌଣସି କାରଣରୁ ଫିଲ୍ମର ସୁଟିଂ ନ ହୋଇ ପାରିବାକୁ ଶିଳ୍ପା ବାଜିଗରରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ ।
/sambad/media/post_attachments/wp-content/uploads/2019/04/baazigar-shah-rukh-khan-shilpa-shetty_650x400_61510578000-300x185.jpg)
ଶିଳ୍ପାଙ୍କ କହିବା ଅନୁଯାୟୀ, ମୋତେ ପ୍ରଥମେ ଗାତା ରହେ ମେରା ଦିଲ୍ ଫିଲ୍ମ ଅଫର କରାଯାଇଥିଲା । କିନ୍ତୁ ପ୍ରଯୋଜନା ସଂସ୍ଥା ମଧ୍ୟରେ ଅସନ୍ତୋଷ ଦେଖାଯିବା ପରେ ଫିଲ୍ମଟିକୁ ବନ୍ଦ କରି ଦିଆ ଯାଇଥିଲା । ଏହା ପରେ ମୋତେ ନିର୍ଦ୍ଦେଶକ ଅବ୍ଦାସ ମସ୍ତାନ ବାଜିଗର ଅଫର କରିଥିଲେ ବୋଲି କହିଛନ୍ତି ଶିଳ୍ପା । ରିୟାଲିଟି ସୋ’ ସୁପର ଡ୍ୟାନ୍ସର ଚାପ୍ଟର-୩ର ଜଜ୍ ଥିବା ଶିଳ୍ପା ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଯାଇ ଡେବ୍ୟୁ ଫିଲ୍ମ ବିଷୟରେ ଜଣାଇଥିଲେ ।