ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଗତ ଜୁଲାଇ ୧୯ ତାରିଖରେ ମୁମ୍ବାଇ ପୁଲିସ ଗିରଫ କରିଥିଲା। ତାଙ୍କ ବିରୋଧରେ ଅଶ୍ଳୀଳ ଭିଡିଓ ତିଆରି କରି ଆପ ମାଧ୍ୟମରେ ଷ୍ଟ୍ରିମିଂ କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ଶିଳ୍ପା ସେଟ୍ଟୀ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି। ଏହି କ୍ରମରେ ଶିଳ୍ପା ସେଟ୍ଟୀଙ୍କୁ ନେଇ ଅନେକ ଗୁଜବ ବି ଉଠିଛି।
My statement. pic.twitter.com/AAHb2STNNh
— SHILPA SHETTY KUNDRA (@TheShilpaShetty) August 2, 2021
ଏହାକୁ ନେଇ ଶିଳ୍ପା ଲେଖିଛନ୍ତି, ରାଜଙ୍କ ମାମଲା କୋର୍ଟରେ ଥିବାରୁ ମୁଁ ଚୁପ ରହିଛି। ମୋତେ ଓ ମୋ ପରିବାରକୁ ନେଇ ଲୋକେ ଅନେକ ଅଭିଯୋଗ କରିଛନ୍ତି। ଟ୍ରୋଲ ମଧ୍ୟ କରାଯାଉଛି। ତେବେ ଏହାକୁ ନେଇ ମୁଁ କୌଣସି ପ୍ରତିକ୍ରିୟା ଦେଇ ନାହିଁ କି ଆଗକୁ ବି ଦେବି ନାହିଁ।
ଏହି ଘଟଣାର ତଦନ୍ତ ଚାଲିଛି। ମୁମ୍ବାଇ ପୁଲିସ ଓ ନ୍ୟାୟପାଳିକା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି।
ତେବେ ଆପଣମାନଙ୍କୁ ଜଣେ ମା’ ହିସାବରେ ମୋ ପିଲାମାନଙ୍କର ଗୋପନୀୟତା ପାଇଁ ଅନୁରୋଧ କରୁଛି କି ଯାଞ୍ଚ ନକରି ଆମମାନଙ୍କୁ ନେଇ କୌଣସି ଗୁଜବ ଖବର ପ୍ରଚାର କରନ୍ତୁ ନାହିଁ। ୨୯ବର୍ଷ ଧରି କଠିନ ପରିଶ୍ରମ କରୁଛି। ଲୋକମାନେ ମୋ ଉପରେ ବିଶ୍ବାସ କରନ୍ତି, ମୁଁ କାହାକୁ ନିରାଶ କରି ନାହିଁ। ମୁଁ ଜଣେ ଭାରତର ନାଗରିକ ଏବଂ ସମସ୍ତ ନିୟମ ପାଳନ କରୁଛି। ଏହି ଘଟଣାରେ ଆଇନକୁ ତା’ କାମ କରିବାକୁ ଦିଅନ୍ତୁ। ସତ୍ୟମେବ ଜୟତେ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Raj-Kundra-Shilpa-shetty.jpg)