ଝିଅ ସମୀସାର ପ୍ରଥମ ଜନ୍ମଦିନରେ ଶିଳ୍ପା ପାଇଲେ ତାଙ୍କ ଜୀବନର ସବୁଠାରୁ ମୂଲ୍ୟବାନ ଉପହାର, ତାହା କ’ଣ?

ମୁମ୍ବାଇ: ଝିଅ ସମୀସାର ପ୍ରଥମ ଜନ୍ମଦିନରେ ଏକ ମୂଲ୍ୟବାନ ଉପହାର ପାଇଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଭିଡିଓ ସହ ସମୀସାଙ୍କ କିଛି ଫଟୋ କୋଲାଜ୍‌ କରି ପୋଷ୍ଟ୍‌ କରିଛନ୍ତି। ସେଥିରେ ଶିଳ୍ପାଙ୍କ କୁନି କୌତୂକିଆ ଝିଅକୁ ପଚରା ଯାଉଛି, ‘ସମୀସା କାହାର ପିଲା?’ ଏହି ପ୍ରଶ୍ନର ଉତ୍ତରରେ ସମୀସା କୌତୂକିଆ ଅନ୍ଦାଜରେ କହୁଥିବାର ଶୁଣିବାକୁ ମିଳିଛି ‘ମାମା’। ଏହି ମାମା ଡାକକୁ ଶିଳ୍ପା ତାଙ୍କ ଜୀବନର ସବୁଠାରୁ ବଡ଼ ଉପହାର ବୋଲି ତାଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି। ଶିଳ୍ପା ଏକ ଲମ୍ବା ଇନ୍‌ଷ୍ଟା ପୋଷ୍ଟ୍‌ କରି ସମୀସାଙ୍କ ‘ମାମା’ ଡାକରେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

 

ଝିଅ ସମୀସାକୁ ଶୁଭେଚ୍ଛା ଜଣାଇବାକୁ ବାପା ରାଜ୍‌ କୁନ୍ଦ୍ରା ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସମୀସା ଦୋଳିରେ ଝୁଲୁଥିବାର ଦେଖିବାକୁ ମିଳିଛି। ରାଜ୍‌ ବାକ୍‌ଗ୍ରାଉଣ୍ଡ୍‌ରେ ତାଙ୍କ ଲିଟିଲ୍‌ ଆଞ୍ଜେଲ୍‌ଙ୍କ ସହ କଥା ହେଉଥିବାର ଭିଡିଓରେ ଶୁଣିବାକୁ ମିଳିଛି। ରାଜ୍‌ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘ସେ ମାମାର ଝିଅ’ ହେଲେ ବି ସେ ମୋ ପଞ୍ଜାବୀ ଜିନ୍‌। ରାଜ୍‌ ମଧ୍ୟ ତାଙ୍କ ଝିଅର ପ୍ରଥମ ଜନ୍ମଦିନରେ ବେଶ୍‌ ଖୁସି ପ୍ରକାଶ କରିଛନ୍ତି।

 

 

View this post on Instagram

 

A post shared by Raj Kundra (@rajkundra9)

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଶିଳ୍ପା ଓ ରାଜ୍‌ଙ୍କ ଝିଅ ସରୋଗେସି ପ୍ରକ୍ରିୟାରେ ଜନ୍ମଲାଭ କରିଛି। ସମୀସା ନାମର ଅର୍ଥ ମାଆ ଲକ୍ଷ୍ମୀ। ଶିଳ୍ପା ସମୀସାଙ୍କ ଜନ୍ମ ପରେ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରି ତାଙ୍କର ଝିର ନାମର ଅର୍ଥ ବୁଝାଇଥିଲେ। ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କର ପୂର୍ବରୁ ଏକ ପୁଅ ମଧ୍ୟ ଅଛି।

ସମ୍ବନ୍ଧିତ ଖବର